ମା ପଞ୍ଚୁବରାହୀ ମନ୍ଦିରରେ ଚୋରୀ


କେନ୍ଦ୍ରାପଡା : ରାଜନଗର ବ୍ଲକ ସାତଭାୟାର ମା ପଚୁଂବରାହୀଙ୍କ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଉପକୂଳ ଓଡିଶାର ଅନ୍ୟତମ ଆରାଧ୍ୟ ଦେବୀ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ପଞ୍ଚୁବରାହୀ ମନ୍ଦିରରୁ ଦୁର୍ବୁତମାନେ ମନ୍ଦିର ଗ୍ରୀଲ କିମ୍ବା ତାଲା ନକାଟି ମାଙ୍କର ରୂପାର ମୁକୁଟ, ସୁନାର ହାର, ସୁନାଚିତା, ସୁନାର ମଥାମଣୀ ଓ ରୂପାର ହାର  ସହ ମାଙ୍କ ଦାନବାକ୍ସ ଭାଙ୍ଗି ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସଂପତି ଲୁଟି ନେଇଛନ୍ତି ।

ଏ ଘଟଣା ନେଇ ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମା ପଚୁଂବରାହୀ ପୂଜା ପରିଚାଳନା କମିଟ୍ ସାତଭାୟା ପକ୍ଷରୁ ସଭାପତି ସଂଗ୍ରାମ ସାହାଣୀ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ରାଜନଗର ଥାନାଧିକାରୀ ଅଜୟକୁମାର ଜେନାଙ୍କ ନେତୃତ୍ୱରେ ସବଇନ୍ସିପେକ୍ଟର ନାରାୟଣ ସାହୁଙ୍କ ସହ ପୋଲିସ କର୍ମଚାରୀମାନେ ସକାଳୁ ମନ୍ଦିର ନିକଟରେ ପହଂଚି ଅନୁଧ୍ୟାନ କରିବା ସହ ଆରକ୍ଷୀ ଅଧିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଇଟିଂଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଂଚି ଛାନଭିନ୍  କରି ଫେରିଛନ୍ତି ।


Next Post

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଡ୍ରାଫ୍ଟ ଭୋଟର୍ ତାଲିକା ପ୍ରକାଶିତ

Sat Oct 28 , 2023
କେନ୍ଦ୍ରାପଡ଼ା,: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଡ୍ରାଫ୍ଟ ଭୋଟର୍ ତାଲିକା ପ୍ରକାଶିତ ହୋଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏହା ପ୍ରକାଶିତ ହୋଇଛି । ସୂଚନାଯୋଗ୍ୟ ଯେ ଏହି ତାଲିକା ସର୍ବଶେଷ ନୁହେଁ । ଅର୍ଥାତ୍ ଏହାର ସଂଶୋଧନ କରାଯିବ । ଏହି ସଂଶୋଧନ ପ୍ରକ୍ରିୟା ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ […]