ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ପୂଜା ମଣ୍ଡପ ଉଦଘାଟିତ


କେନ୍ଦ୍ରାପଡ଼ା, ୨୯ା୧୦ : ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ଦ୍ୱାରା ଦୁହୁରିଆ ଆଇନ କଲେଜ ଛକସ୍ଥିତ ସଦଭାବନା କ୍ଲବର ମଣ୍ଡପ ଓ ତୋରଣକୁ ଉଦଘାଟନ କରିଛନ୍ତି । ଏଥିସହିତ ଚଳିତ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ କ୍ଲବର କର୍ମକର୍ତ୍ତା ଓ ସାଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ପତ୍ନୀ ଓ କୁନିଝିଅଙ୍କ ସହିତ ସଦଭାବନା ପୂଜା ମଣ୍ଡପରେ ପହଞ୍ଚିବା ପରେ କ୍ଲବର କର୍ମକର୍ତ୍ତା ଉ ସଦସ୍ୟମାନେ ତାଙ୍କୁ ପାଛୋଟି ନେଇଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କରଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।


Next Post

ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା ୧୧ ମୃତ ଓ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

Mon Oct 30 , 2023
ବିଜୟନଗରମ୍ବା : ହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଟ୍ରେନ୍ ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି । ପୂର୍ବତଟ ରେଳପଥ ପକ୍ଷରୁ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି । […]