ସିପିଆଇ ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ ପାଳିତ



ପାଲେଷ୍ଟାଇନରେ ଇସ୍ରାଇଲର ନରସଂହାର ବନ୍ଦ କରିବା, ମାନବିକ ସହାୟତା ଯୋଗାଇ ଦେବା ଏବଂ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଦାବୀରେ ମଙ୍ଗଳବାର କେନ୍ଦ୍ରାପଡାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ କର୍ଯ୍ୟାଳୟ ପରିସରରେ ମହାନ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସରେ ପାଳିତ ହେଉଥିବା ପାଲେଷ୍ଟାଇନ ସଂହତି ଦିବସ ଅବସରରେ ଆଲୋଚକମାନେ ମତ ବ୍ୟକ୍ତ କରି ଇସ୍ରାଇଲର ଗଣହତ୍ୟାର ତୀବ୍ର ନିନ୍ଦା କରିଥିଲେ ।
ମହାନ ଅକ୍ଟୋବର ସମାଜବାଦୀ ବିପ୍ଳବ ଦିବସ ପାଳିତ ଅବସରରେ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜିଲ୍ଲା ସମ୍ପାଦକ ସାଥୀ ରମଣୀ ରଞ୍ଜନ ରାଉତରାୟ, ଶ୍ରମିକ ସଂଘ ଜିଲ୍ଲା ସଭାପତି ବାବାଜୀ ଧଳ, ଅଧ୍ୟାପକ ଅଜୟ ସାମଲ, ଅଧିକାରୀ ରାଧାକାନ୍ତ ଦାଶ, ସିପିଆଇଏମ୍ ଜିଲ୍ଲା ନେତା ନରୋତମ ପାର୍ଥସାରଥି, ବିକାଶ ଚନ୍ଦ୍ର ବେଉରା, ବୈଷ୍ଣବ ଚରଣ ସ୍ୱାଇଁ, ସଞ୍ଜୟ ବସନ୍ତିଆ, ଭଜହରି ପ୍ରଧାନ, ନନ୍ଦିନୀ ସ୍ୱାଇଁ ପ୍ରମୁଖ କହିଥିଲେ ଯେ, ପାଲେଷ୍ଟାଇନବାସୀଙ୍କୁ ତାଙ୍କ ନିଜ ଦେଶରେ ରହିବା ଅଧିକାରୀରୁ ବଂଚିତ କରିବା ପାଇଁ ଇସ୍ରାଇଲ , ଆମେରିକା, ଇଂଲଣ୍ଡ ଭଳି ଦେଶ ଗୁଡିକ ଚଳାଇ ଥିବା ଚକ୍ରାନ୍ତ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ଉଲ୍ଲେଖ କରିଥିଲେ । ଜାତିସଂଘର ଦୁଇ ଦେଶ ପ୍ରସ୍ତାବ ଅନୁଯାୟୀ ଇସ୍ରାଇଲ ଓ ପାଲେଷ୍ଟାଇନ ଦୁଇଟି ପୃଥକ ସ୍ୱାଧୀନ ଦେଶ । ସେହିଭଳି ଇସ୍ରାଇଲ ବେଆଇନଭାବେ ଦଖଲରେ ରଖିଥିବା ପାଲେଷ୍ଟାଇନ ଅଂଚଳରୁ ହଟିଯିବ । ଇସ୍ରାଇଲ ଏହି ନିଷ୍ପତିିକୁ କାର୍ଯ୍ୟକାରୀ କରିବା ପରିବର୍ତେ ପାଲେଷ୍ଟାଇନର ଗୋଟାଏ ପରେ ଗୋଟିଏ ଅଂଚଳକୁ ବଳପୂର୍ବକ ଦଖଲ କରି ଚାଲିଛି ।ଫଳରେ ସମଗ୍ର ମିଡିଲ ଇଷ୍ଟ ରେ ଅଶାନ୍ତି ଲାଗିରହିଛି । ବାରମ୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି ।ଭାରତ ସରକାର ସଦାସର୍ବଦା ଯୁଦ୍ଧ ବିରୋଧରେ ଏବଂ ଜାତୀୟ ମୁକ୍ତି ସଂଗ୍ରାମ ସପକ୍ଷରେ ଦୃଢ଼ ଭାବେ ଠିଆ ହୋଇ ଆସିଛି । ବର୍ତମାନ ମୋଦି ସରକାର ଏହି ଘୋଷିତ ନୀତିର ବ୍ୟତିକ୍ରମ କରିଛି । ଆମେରିକା ନିର୍ଦେଶରେ ଇସ୍ରାଇଲକୁ ସୁହାଇଲା ଭଳି ଅବସ୍ଥାନ ଗ୍ରହଣ କରିଛି ।ଯୁଦ୍ଧ ବନ୍ଦ କରିବା ପାଇଁ ଜାତିସଙ୍ଘରେ ଆଗତ ପ୍ରସ୍ତାବର ଭୋଟ ଗ୍ରହଣରୁ ବିରତି ରହିଛି ।ଏହାକୁ ଶାନ୍ତିକାମି ଭାରତବାସୀ ଦୃଢ଼ନିନ୍ଦା କରିଛନ୍ତି ବୋଲି କହିଛନ୍ତି । ପାଲେଷ୍ଟାଇନରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ନେବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଶେଷରେ କ୍ରାନ୍ତିପ୍ରଭା ନାୟକ ଧନ୍ୟବାଦ ଅର୍ପଣ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading