ଭାଇକୁ ହତ୍ୟା କରାଯାଇଛି ବୋଲି ପୋଲିସ ଆଗରେ ବୟାନ ଦେବାରୁ ଭଉଣୀକୁ ଆକ୍ରମଣ,


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଫାଣ୍ଡି ଅଧିନ ଚଉଦକୁଲାଟ ଛୋଟ ପୋଲ ପାଖରେ ବୁଧବାର ସଂନ୍ଧ୍ୟାରେ ଜଣେ ଯୁବତୀକୁ କିଛି ଯୁବକ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାରେ ଭର୍ତି କରାଯାଉଛି । ତାଙ୍କ ଡାହାଣ ହାତ ସହ ଦେହର ବିଭିନ୍ନ ସ୍ଥାନରେ କ୍ଷତହୋଇ ରକ୍ତଶ୍ରାବ ହେଉଛିି । ଯୁବତୀ ଜଣଙ୍କ ହେଲେ ସୋନୀ ରାଉତ ଦାଣ୍ଡିସାହି ଗ୍ରାମର ବୋଲି ଜଣାପଡିଛି । ଭାଇକୁ ହତ୍ୟା କରାଯାଇଥିବା ନେଇ ପୋଲିସ ଆଗରେ ବୟାନ ଦେବାରୁ ସେମାନେ ମରଣାନ୍ତଙ୍କ ଆକ୍ରମଣ କରିଛନ୍ତି ବୋଲି ସେ କହିଛନ୍ତି ।

https://youtu.be/eRKVp8mG_Pk
ଚଉଦକୁଲାଟ ଫାଣ୍ଡି ଅଧିନ ଦାଣ୍ଡିସାହି ଗ୍ରାମର ଦୋଳଗୋବିନ୍ଦ ରାଉତଙ୍କ ପୁଅ ବିକାଶ ରାଉତ ଗତ ୫ ମାସ ତଳେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ କହି ଘରୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଏଣେତେଣେ ଖୋଜା ଖୋଜି କରିଥିଲେ । ପରେ ଘର ପାଖର କିଛି ଦୂରରେ ଏକ ଛାଖୁଣ୍ଡା ଗଛରେ ଝୁଲନ୍ତା ଅବସ୍ଥାରେ ବିକାଶର ମୃତ ଦେହ ମିଳିଥିଲା । ବ୍ୟବଚ୍ଛେଦ ପରେ ଶବ ସତ୍କାର କରାଯାଇଥିଲା । ବିକାଶର ବାପା ବାହାର ରାଜ୍ୟରୁ ଫେରି ପୁଅକୁ ଯୋଜନା ବଦ୍ଧ ଭାବେ ମାରି ଗଛରେ ଝୁଲାଇ ଆତ୍ମହତ୍ୟା ରଙ୍ଗ ଦିଆ ଯାଇଛି ବୋଲି ଏକ ମାସ ତଳେ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ । ମାତ୍ର ଫାଣ୍ଡି ଅଧିକାରୀ ମାମଲାର ତଦନ୍ତ ନକରିବାରୁ ପଟ୍ଟାମୁଣ୍ଡାଇ ଆଇଆଇସି, ଏସଡିପିଓ ଓ କେନ୍ଦ୍ରାପଡା ଏସପିଙ୍କୁ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ମୃତ ବିକାଶ ଘରକୁ ଯାଇ ଉପସ୍ଥିତ ଥିବା ଭଉଣୀ ସୁନି ରାଉତ ଓ ମା ସକୁନ୍ତଳା ରାଉତଙ୍କ ବୟାନ ରେକର୍ଡ କରିଥିଲେ । ପୋଲିସ ଆସିବା ଘଟଣା ଜାଣି ସ୍ଥାନୀୟ ଲୋକେ ଭଉଣୀ ସୋନୀକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ସେ ଚିକିତ୍ସିତ ଅବସ୍ଥାରେ କହିଛନ୍ତି