ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଏବଂ ବ୍ଲକ୍‌ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା । ମାନବ ସମ୍ବଳର ବିକାଶ ସହ ଅର୍ଥନୈତିକ ସ୍ୱଚ୍ଛ୍ୱଳତା ପାଇଁ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ ବୋଲି ଏହି ଅବସରରେ କହିଥିଲେ ଜିଲ୍ଲାପାଳ ଶ୍ରୀ ଋତୁରାଜ । ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ବ୍ଲକ୍‌ସ୍ତରୀୟ ଶିବିର ଆୟୋଜନ କରିବାକୁ ଚୂଡ଼ାନ୍ତ ହୋଇଥିବା ବେଳେ ଡିସେମ୍ବର ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହା ସମାପ୍ତ କରିବାକୁ ସ୍ଥିର କରାଯାଇଛି । ଅଧିକରୁ ଅଧିକ ଯୁବକ ଯୁବତୀ ଯେପରି ଏହି ଶିବିରରେ ଅଂଶଗ୍ରହଣ କରି ପାରିବେ ଏବଂ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିବେ ସେ ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ସମସ୍ତ ବ୍ଲକ୍‌ର ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୨୦୨୪ ମସିହା ଜାନୁଆରୀ ୯ ଏବଂ ୧୦ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଯଥାକ୍ରମେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆ ଏବଂ ପଟ୍ଟାମୁଣ୍ଡାଇ ଏମ୍‌ଏନ୍ ହାଇସ୍କୁଲ୍‌ର ଖେଳପଡ଼ିଆରେ ଅନୁଷ୍ଠିତ ହେବ । ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ଅଧିକରୁ ଅଧିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେବେ ବୋଲି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସା କହିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଆର୍‌ଟିଓ ଧୀରେନ୍ଦ୍ର କୁମାର ନାୟକ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ୍‌ର ଅଧିକାରୀ, ସମସ୍ତ ବ୍ଲକ୍‌ର ବିଡିଓ, ତହସିଲ୍‌ଦାର, ପୈାରସଂସ୍ଥାର ନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ମିଶନ୍ ଶକ୍ତି ସଂଯୋଜକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Next Post

 ବଦଳୁଛି ନେତୃତ୍ୱ, କାର୍ଯ୍ୟକାରୀ ହେଉନି ପ୍ରତିଶୃତି ସ୍ୱପ୍ନରେ ରହିଗଲା ଗୁଡିଆ ଯୋର ସେତୁ ନିର୍ମାଣ କାର୍ଯ୍ୟ , ବିପଦସଂକୁଳ ଯୋର ପାର ହେବାରେ ଗଲାଣି ୪ ଚାଷୀଙ୍କ ଜୀବନ

Thu Nov 9 , 2023
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଚଂଳର ଅଣ୍ଢରା ଭେଡାରେ ଥିବା ଗୁଡିଆ ଯୋର ଉପରେ ସେତୁ ନିର୍ମାଣ ସ୍ୱପ୍ନରେ ରହିଯାଇଛି । ନେତୃତ୍ୱ ପରେ ନେତୃତ୍ୱ ବଦଳୁଛି । ହେଲେ ଚାଷୀମାନଙ୍କୁ ବାରମ୍ବାର ଦିଆଯାଉଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଉନାହିଁ । ଏହି ଗୁଡିଆ ଯୋର ପାର ହେଲେ ଅଣ୍ଢରା ଭେଡାର ଶହ ଶହ ଏକର ଉର୍ବର ଚାଷଜମି ରହିଛି । ବିଶେଷ କରି ଏହି ଚାଷଜମିରେ ରବି […]

KANIKA