ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତନ ସତ୍ୟାଗ୍ରହ



ପଟ୍ଟାମୁଣ୍ଡାଇ ୯/୧୧ -ଶ୍ରୀମନ୍ଦିରର ଚାରି ଦ୍ୱାର ଅବିଳମ୍ବେ ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ସହ ଭଣ୍ଡାର ଘର ମରାମତି ଦାବିରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ଓ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଗୁରୁବାର ଦିନ ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ପୋଖରିଆପଡା ପତିତପାବନ ମନ୍ଦିର ପ୍ରାଙ୍ଗଣରେ ସଂକୀର୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସଂକୀର୍ତନ ସତ୍ୟାଗ୍ରହର ଶୁଭାରମ୍ଭ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ପିସିସି ସଭ୍ୟ ପ୍ରଦିପ ପ୍ରଧାନ, ଅବିନାଶ ଲେଙ୍କା, ସନାତନ ବିଶ୍ୱାଳ ସୁଚିତ୍ରା ବିଶ୍ୱାଳ, ନିମାଇଁ କର, ଧରଣୀଧର ଭୂୟାଁ, ଭରତ ସ୍ୱାଇଁ, ନରେଶ ଜେନା, ପ୍ରଭାତ ସେଠୀ, ମଳୟ ଓଝା, ଆଲୋକ ଧଳ, ଅର୍ଜୁନ ସେଠୀ, ପୁରସ୍ତମଗିରୀ, ସେକ ଅମରୁଲ, ସେକ କୁନା, ତପନ ପାତ୍ର ସରୋଜ ଭଳ, ମାଗୁଣି ଲେଙ୍କା, ବିରଞ୍ଚିନାରାୟଣ ଦାଶ, ନରେଶ ମଲ୍ଲିକ, ଜଗନ୍ନାଥ ମହାପାତ୍ର, ବିକାଶ ପାତ୍ର, ରିଙ୍କୁବେହେରା, ସମିର ପ୍ରଧାନ, ବିଶ୍ୱରଂଜନ ଭୂୟାଁ, ସରପଂଚ ରମେଶ ମଲ୍ଲିକ, ସମିର ଜେନା, ଅକ୍ଷୟ ପ୍ରଧାନ, ଚିନ୍ମୟ ସ୍ୱାଇଁ ଓଁକାର ମହନ୍ତି, ଦିଲୀପ ମହାନ୍ତି, ରଂଜନ ବେହେରା, ମନୋରଞ୍ଜନ କର, ପ୍ରଦିପ ବେହେରା, ନିଲୁ ଧଳ, ସନ୍ତୋଷ ଦାସ, ପିଂଟା ଚୌଧୁରୀ, ମଦନ ସାହୁ, ରଶ୍ମିରେଖା ପ୍ଧଚ୍ଛ. ରମୁ ପାତ୍ର ପ୍ରମୁଖ ଶତାଧିକ ନେତା ଓ କର୍ମୀ ଯୋଗଦେଇ ସଂକୀର୍ତନ ସତ୍ୟାଗ୍ରହ ମାଧ୍ୟମରେ ଦାବି ଉପସ୍ଥାପନ କରିଥିଲେ । ଶେଷରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading