ସଂଚୟ ପକ୍ଷ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା


କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା “ସଂଚୟ ପକ୍ଷ-୨୦୨୩” ପାଳନ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିୟର୍ ବର୍ଗରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ସିନିୟର୍ ବର୍ଗରେ +୩ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜୁନିୟର୍ ବର୍ଗରେ ବିଷୟ ଥିଲା ‘ସଂଚୟର ଆବଶ୍ୟକତା ।’ ସେହିପରି ସିନିୟର୍ ବର୍ଗର ବିଷୟ ଥିଲା ‘ଆର୍ଥିକ ସାକ୍ଷରତା ଓ ସାଇବର ଅପରାଧ ।’ ଜୁନିୟର୍ ବର୍ଗରେ ସାଇବିଭୂତି ସିଂ, ସ୍ୱାତୀ ସ୍ୱପ୍ନା ନାୟକ, ଜ୍ୟୋତି ଜିଜ୍ଞାସା ପଣ୍ଡା ଏବଂ ସିନିୟର ବର୍ଗରେ ପ୍ରଜ୍ଞା ମହାନ୍ତି, ମେଘନାଦ ଦାସ, ଶୁଭଲକ୍ଷ୍ମୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ମଣ୍ଡଳୀରେ ଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଅମ୍ବରୀଶ ସାମଲ ଏବଂ ପୋଗ୍ରାମିଂ ଅଫିସର୍ ସଂଯୁକ୍ତା ମିଶ୍ର । ସୂଚନାଯୋଗ୍ୟ ଯେ, କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ନଭେମ୍ବର ୧୪ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ।


Next Post

ବ୍ୟାଙ୍କରେ ପଶି ଗଣ୍ଡଗୋଳ କରିବାରୁ ଯୁକବକୁ ଗିରଫ କଲା କେନ୍ଦ୍ରାପଡା ଟାଉନଥାନା ପୋଲିସ

Sat Nov 11 , 2023
କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣୀସ୍ଥିତ ଆଇଆଇଏଫ୍‌ଏଲ୍ ଘରୋଇ ବ୍ୟାଙ୍କରେ ସହକାରୀ ମ୍ୟାନେଜର ଜ୍ଞାନଜ୍ୟୋତି ମହାପାତ୍ର ଟାଉନ ଥାନାରେ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ତିନିବର୍ଷ ହେବ କେନ୍ଦ୍ରାପଡା ସହରର ଜଇପୁରା ଗ୍ରାମର ସେକ୍ ମିନୋଜୁଦ୍ଦିନ୍ ବ୍ୟାଙ୍କକୁ ବିଭିନ୍ନ ସମୟରେ ଯାଇ ସହକାରୀ ମ୍ୟାନେଜରଙ୍କୁ ଧମକ ଦିଏ ଯେ ସେ ହେଉଛି ଜଣେ ଡନ୍ । ତାକୁ ଦାଦାବଟି […]

KANIKA