ବ୍ୟାଙ୍କରେ ପଶି ଗଣ୍ଡଗୋଳ କରିବାରୁ ଯୁକବକୁ ଗିରଫ କଲା କେନ୍ଦ୍ରାପଡା ଟାଉନଥାନା ପୋଲିସ


କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ତିନିମୁହାଣୀସ୍ଥିତ ଆଇଆଇଏଫ୍‌ଏଲ୍ ଘରୋଇ ବ୍ୟାଙ୍କରେ ସହକାରୀ ମ୍ୟାନେଜର ଜ୍ଞାନଜ୍ୟୋତି ମହାପାତ୍ର ଟାଉନ ଥାନାରେ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ତିନିବର୍ଷ ହେବ କେନ୍ଦ୍ରାପଡା ସହରର ଜଇପୁରା ଗ୍ରାମର ସେକ୍ ମିନୋଜୁଦ୍ଦିନ୍ ବ୍ୟାଙ୍କକୁ ବିଭିନ୍ନ ସମୟରେ ଯାଇ ସହକାରୀ ମ୍ୟାନେଜରଙ୍କୁ ଧମକ ଦିଏ ଯେ ସେ ହେଉଛି ଜଣେ ଡନ୍ । ତାକୁ ଦାଦାବଟି ଦେବାକୁ ସବୁବେଳେ ତାଗିଦ୍ କରେ । ଭୟରେ ମ୍ୟାନେଜର କାହାକୁ କିଛି ନ କହି ଚୁପ୍ ହୋଇ ରହନ୍ତି । ଗତ ଗୁରୁବାର ଦିନ ସକାଳ ୧୦ଟାରେ ବ୍ୟାଙ୍କ ଭିତରକୁ ପଶିଯାଇ ବ୍ୟାଙ୍କ ପରିଚାଳକ ପ୍ରକୋଷ୍ଠକୁ ଯାଇ ପରିଚାଳକଙ୍କୁ ଚାପୁଡା ମାରି ଧମକ ଦେଇଥିଲା ଓ ଖରାପ ଭାଷାରେ ଗାଳିଗୁଲଜ କରିଥିଲା । ଏହାକୁ ଦେଖି ବ୍ୟାଙ୍କ କର୍ମଚାରୀମାନେ ତାକୁ ସେଠାରୁ ବାହାର କରିଦେଇଥିଲେ । ଅସାମାଜିକ ଯୁବକ ପରିଚାଳକଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା ବୋଲି ଟାଉନ ଥାନାରେ ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ଆହୁରି ଅଭିଯୋଗ ଜରିଛନ୍ତି ଯେ ପୂର୍ବରୁ ବଳପୂର୍ବକ ଏଟିଏମ୍ କାର୍ଡ ଓ ସିକ୍ରେଟ୍ ନମ୍ବର ନେଇ ୭ହଜାର ଟଙ୍କା ଉଠାଇ ନେଇଥିଲା । ଟାଉନ ଥାନା ଅଧିକାରୀ ଦିଲ୍ଲୀପ ସାହୁ ଏକ ମାମଲା ରୁଜୁ କରି ସେକ୍ ମିନୋଜୁଦ୍ଦିନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।


Next Post

ସେଣ୍ଟ ଯୋସେଫ ସ୍କୁଲରେ ବାର୍ଷିକ ବିଜ୍ଞାନ କମ୍ପ୍ୟୁଟର ଚିତ୍ରାଙ୍କନ ଓ ହସ୍ତକଳା ପ୍ରଦର୍ଶନୀ

Sat Nov 11 , 2023
କେନ୍ଦ୍ରାପଡା ସହର ଉପକଣ୍ଠରେ ଅବସ୍ଥିତ ଜିଲ୍ଲାର ଏକମାତ୍ର ଆଇ.ସି.ଏସ.ଇ ବିଦ୍ୟାଳୟରେ ବିଜ୍ଞାନ, କମ୍ପ୍ୟୁଟର, ଚିତ୍ରାଙ୍କନ ଓ ହସ୍ତକଳା ପ୍ରଦର୍ଶନୀ ଆଜି ଉତ୍ସାହ, ପ୍ରେରଣା ଓ ଆନନ୍ଦ ମୁଖରିତ ମୁହୂର୍ତ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବ କିଶୋର ଡିିଗାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ରସାୟନବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ପ୍ରହଲ୍ଲାଦ ପାତ୍ର, ଜୀବବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷୟିତ୍ରୀ ସୁଶ୍ମିତା ଦାଶ, ପଦାର୍ଥବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ରାମନାଥ ପାଲ, […]

KANIKA