ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ


ଶିଶୁ ଜନ୍ମର ପ୍ରଥମ ୨୪ ଘଂଟା ଓ ପ୍ରଥମ ୨୮ ଦିନ ଅତ୍ୟନ୍ତ ସମ୍ବେଦନଶୀଳ । ତେଣୁ ନବଜାତ ଶିଶୁଙ୍କ ଯତ୍ନ ଦିଗରେ ସମସ୍ତେ ସଚେତନ ହେବା ଜରୁରୀ ବୋଲି ଶନିବାର କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ“ନବଜାତ ଶିଶୁ ଯତ୍ନ ସପ୍ତାହ” ପାଳନ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଏମ୍‌ଓ ଡା. ପ୍ରମୋଦ କୁମାର ପ୍ରହରାଜ, ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ପ୍ରସୂତି ବିଶେଷଜ୍ଞ ଡା. ଅଶୋକ କୁମାର କର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଡା. ଅର୍ଚ୍ଚନା ଜ୍ଞାନ, ଡିପିଏମ୍ ଗୀତାଞ୍ଜଳୀ ଦାସ, ଡିଏମ୍‌ଆର୍‌ସିଏଚ୍ କୃଷ୍ଣଚନ୍ଦ୍ର ଲୋହା, ପ୍ରିନ୍ସିପାଲ୍ ଟ୍ୟୁଟର୍ ଭାରତୀ ସ୍ୱାଇଁ, ଏଏନ୍‌ଏମ୍ ଟ୍ରେନିଂ ସେଂଟର୍‌ର ଛାତ୍ରୀ ଓ ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ “ନବଜାତ ଶିଶୁ ଯତ୍ନ ସପ୍ତାହ” ପାଳନ କରାଯାଉଛି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଜନ୍ମ ପରେ ଶିଶୁମାନଙ୍କର ଉପଯୁକ୍ତ ଯତ୍ନର ଆବଶ୍ୟକତା ଉପରେ ଜନସାଧାରଣଙ୍କୁ ସଚେତନ କରାଇବା । କାର୍ଯ୍ୟକ୍ରମ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ ।


Next Post

ଯୈାନ ଶୋଷଣ ନିରୋଧ ଆଇନ ସଚେତନତା ଶିବିର

Sat Nov 18 , 2023
କେନ୍ଦ୍ରାପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ କର୍ମ କ୍ଷେତ୍ରରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ବିରୋଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ କର୍ମଜୀବୀ ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ ପାଇଁ ଥିବା ଆଇନ୍‌ର ବିଭିନ୍ନ ଦିଗ ଉପରେ ଅତିଥିମାନେ […]