ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସାଉଁଟିବା ପାଇଁ କେନ୍ଦ୍ରାପଡ଼ାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାକୁ ପତାକା ଦେଖାଇ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଶୁଭାରମ୍ଭ କରିବା ସହ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପଞ୍ଜିକରଣରେ ଯୋଗ୍ୟ ବିବେଚିତ ହୋଇଥିବା ୧୩୫ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଉପସ୍ଥିତ ଥିବା ତୀର୍ଥଯାତ୍ରୀଙ୍କ ମେଡିକାଲ୍ ଚେକ୍ ଅପ୍ ପରେ ୧୧୩ ଜଣ ହରିଦ୍ୱାର-ଋଷିକେଶ ଯାତ୍ରା ପାଇଁ କେନ୍ଦ୍ରାପଡ଼ାରୁ ଯାତ୍ରା ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଡା. ବୈକୁଣ୍ଠନାଥ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ୍ ଟିମ୍ ଗଠନ କରାଯାଇ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଜି ଭୁବନେଶ୍ୱରରେ ବରିଷ୍ଠ ନାଗରିକମାନେ ରାତ୍ରୀ ରହଣି କରିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ପରେ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ଟ୍ରେନ୍ରେ ସେମାନେ ଭୁବନେଶ୍ୱରରୁ ହରିଦ୍ୱାର-ଋଷିକେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ବରିଷ୍ଠ ନାଗରିକଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରଭାଇଜର୍ ଭାସ୍କର ଚନ୍ଦ୍ର ଦାସ, ଏସ୍ଆର୍ଏ ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ଏସ୍ଆର୍ଏ ରତିକାନ୍ତ ରାଉତରାୟ, ଜେଆର୍ଏ ଉମେଶ ଚନ୍ଦ୍ର ବେହେରା ସେମାନଙ୍କ ସହ ଯାତ୍ରା କରିଛନ୍ତି । ଏହି ଫ୍ଲାଗ୍ ଅଫ୍ ସେରିମନିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ପର୍ଯ୍ୟଟନ ବିଭାଗ ଉପ-ନିର୍ଦ୍ଦେଶିକା ତଥା ଭାରପ୍ରାପ୍ତ କେନ୍ଦ୍ରାପଡ଼ା ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀ, ଡେପୁଟି କଲେକ୍ଟର ସୁଶାନ୍ତ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା “ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା” ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକଙ୍କ ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ନାଗରିକମାନେ ହରିଦ୍ୱାର-ଋଷିକେଶ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସାଉଁଟିବେ ।
kanikanews.in
Next Post
ଡବ୍ଲ୍ୟୁ ଟି ଆଇ ପକ୍ଷରୁ କୁମ୍ଭୀର ଆକ୍ରମଣ ନେଇ ସର୍ଭେ
Thu Nov 23 , 2023
କୁମ୍ଭୀର ଆକ୍ରମଣରେ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡବ୍ଲ୍ୟଟିଆଇ) ପକ୍ଷରୁ ବିଗତ ବର୍ଷମାନଙ୍କ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ସମ୍ପର୍କରେ ସର୍ଭେ କରାଯିବା ସହିତ ଏ ଦିଗରେ ସୁରକ୍ଷିତ ରହିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଡ଼ବ୍ଲ୍ୟୁଟିଆଇ ପ୍ରକଳ୍ପ […]

KANIKA
- 2 years ago
ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ସମାରୋହ
- 10 months ago
ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ
- 1 year ago
ବଡ଼ମୋହନପୁରରେ ବିଜେଡି ମିଶ୍ରଣ ପର୍ବ
- 1 year ago
ବିଜେଡି-ବିଜେପି ମେଂଟକୁ ନେଇ ଭୋଟର ନାରାଜ
- 8 months ago
ଷ୍ଟେଟବ୍ୟାଙ୍କ ପେନସନର୍ସଙ୍କ ସମସ୍ୟା ସମାଧାନ ବୈଠକ
- 1 year ago
ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା