ଭାଗବତପୁର ଗ୍ରାମପଞ୍ଚାୟତରେ ଆତସବାଜି ଜନିତ ଦୂର୍ଘଟଣା ଓ ନିୟନ୍ତ୍ରଣ ସଚେତନତା



କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଆତସବାଜି ଜନିତ ଦୂର୍ଘଟଣା ଓ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବତନ ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ ୨୦୨୨ମସିହା ଆଜିର ଦିନରେ ଭାଗବତପୁର ପଞ୍ଚାୟତରେ ଯେଉଁ ଦୂର୍ଘଟଣା ଘଟି ଜନ ଜୀବନ କ୍ଷୟକ୍ଷତି ହୋଇଥିଲା ଆମକୁ ସେଥିପ୍ରତି ସଚେତନ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ବକ୍ତବ୍ୟ ରଖିଥିଲେ । ଏଥିସହିତ ସେ ଗତବର୍ଷ ବାଣ ବିଷ୍ପୋରଣରେ ମୃତ ୨ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବାଣ ବିଷ୍ପୋରଣରେ ମୃତ ଦୁଇ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ସମେତ ଏଥିରେ ଆହତ ହୋଇଥିବା ୨୮ଜଣଙ୍କୁ ଫୁଲହାର, ଶାଲ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଅନ୍ୟତମ ଅତିଥି ଭାବେ ସମାଜସେବୀ ରାଜଗୋପାଳ ମହାନ୍ତି ଓ ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ଯୋଗଦେଇଥିଲେ । ଶେଷରେ ଯୁବ ସମାଜସେବୀ ସୁବାଶିଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗମକେଶରୀ ସାମଲ, ନଗେନ୍ଦ୍ର ରାଉତ, ଜୟନ୍ତ ସ୍ୱାଇଁ, ମନୋଜ ରଣା, ନାଏବ ସରପଞ୍ଚ ସତ୍ୟବାଦୀ ପ୍ରଧାନ, ସମସ୍ତ ୱାର୍ଡସଭ୍ୟ/ସଭ୍ୟା, ଶ୍ରୀକାନ୍ତ ବାରିକ, ରମେଶ ଚନ୍ଦ୍ର ସାମଲ, ସରଫରାଜ ଖାଁ, ଅଜୟ ଜେନା, ଅଜୟ ମଲିକ, ଜିଆରଏସ କ୍ଷଣପ୍ରଭା ବେହେରା, ଅଲେଖ ଚନ୍ଦ୍ର ସ୍ୱାଇଁ, କିଶୋର ଚନ୍ଦ୍ର ସ୍ୱାଇଁ, ପ୍ରଦୀପ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମହାଦୁର୍ନୀତି ନେଇ ବିଧାନସଭାରେ ପ୍ରଶ୍ନ

Thu Nov 23 , 2023
କେନ୍ଦ୍ରାପଡ଼ା, ୨୩ା୧୧ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ହୋଇଥିବା ମହାଦୁର୍ନୀତି ସମ୍ପର୍କରେ ଓଡିଶା ବିଧାନସଭାରେ ପ୍ରଶ୍ନ କରାଯାଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ୬୩୫ନମ୍ବରରେ ପ୍ରଶ୍ନ କରିଛନ୍ତି ଯେ ଉଚ୍ଚଶିକ୍ଷାନ୍ତ୍ରୀ ଅନୁଗ୍ରହ କରି କହିବେକି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ଘଟି ଚାଲିଥିବା ମାଳମାଳ ଅଭିଯୋଗ ସଂକ୍ରାନ୍ତରେ ସରକାର ଅବଗତ କି, ଯଦି ହଁ ଅଭିଯୋଗ ଗୁଡିକର ଗୁରୁତ୍ୱ ଦୃଷ୍ଟିରୁ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ […]

KANIKA