କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମହାଦୁର୍ନୀତି ନେଇ ବିଧାନସଭାରେ ପ୍ରଶ୍ନ



କେନ୍ଦ୍ରାପଡ଼ା, ୨୩ା୧୧ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ହୋଇଥିବା ମହାଦୁର୍ନୀତି ସମ୍ପର୍କରେ ଓଡିଶା ବିଧାନସଭାରେ ପ୍ରଶ୍ନ କରାଯାଇଛି । ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ୬୩୫ନମ୍ବରରେ ପ୍ରଶ୍ନ କରିଛନ୍ତି ଯେ ଉଚ୍ଚଶିକ୍ଷାନ୍ତ୍ରୀ ଅନୁଗ୍ରହ କରି କହିବେକି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ଘଟି ଚାଲିଥିବା ମାଳମାଳ ଅଭିଯୋଗ ସଂକ୍ରାନ୍ତରେ ସରକାର ଅବଗତ କି, ଯଦି ହଁ ଅଭିଯୋଗ ଗୁଡିକର ଗୁରୁତ୍ୱ ଦୃଷ୍ଟିରୁ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ସରକାର ନିର୍ଦେଶ ଦେବେକି ବୋଲି ପ୍ରଶ୍ନ କରି ପଚାରିଛନ୍ତି । ଏଥିସହିତ ବିଧାୟକ ଶ୍ରୀ ମିଶ୍ର ୬୩୨ନମ୍ବରରେ ପ୍ରଶ୍ନ କରିଛନ୍ତି ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନୁଗ୍ରହ କରି କହିବେକି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟର ପରିଚାଳନା ପରିଷଦ କେବେ ଗଠିତ ହୋଇଥିଲା ଓ ଏହାର ସଦସ୍ୟ କିଏ । ଆଜି ସୁଦ୍ଧା କେଉଁ କେଉଁ ତାରିଖରେ ଏହାର ବୈଠକ ବସି କି କି କି ନିଷ୍ପତ୍ତି ନିଆଯାଇଛି ତାର ସବିଶେଷ ବିବରଣୀ ଦେବେକି ବୋଲି ପ୍ରଶ୍ନ କରିଛନ୍ତି । ଏତଦବ୍ୟତିତ ୬୩୪ନମ୍ବର ପ୍ରଶ୍ନରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ କେବେ ସୁଦ୍ଧା ସ୍ୱୟଂଶାସିତ ମାନ୍ୟତା ମିଳିଥିଲା ଓ ତାର ଅବଧି କେଉଁ ସମୟ ପର୍ଯ୍ୟନ୍ତ ଥିଲା । ବର୍ତ୍ତମାନ ଏହାର ସ୍ୱୟଂଶାସିତ ମାନ୍ୟତା ଅଛିକି, ଯଦି ନାଁ କେଉଁ କାରଣରୁ ମାନ୍ୟତା କରାଇଛି ଓ ମାନ୍ୟତା ଫେରି ପାଇବାର କୈାଣସି ସୁଯୋଗ ଅଛିକି, ସରକାର କଣ ପଦକ୍ଷେପ ନେଇଛନ୍ତି ଜଣାଇବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading