ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ସେମିନାର


 

ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଗୁଣମୂଲ୍ୟ ଶିକ୍ଷାରେ ଆଇସିଟି ସଂଘାଟନ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବରିଷ୍ଠ ଅଧ୍ୟାପକ ପ୍ରଭାକର ମଲ୍ଲିକ ଯୋଗ ଦେଇ ବିଷୟଭିତିକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଆଇକ୍‌ଯୁଏସି ସଂଯୋଜକ ଡ଼ ସୁନୀଲ ପ୍ରଧାନ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଧ୍ୟାପିକା ନମିତା ବେହେରା ଧନ୍ୟବାଦ ଦେଇଥିଲେ । ଏଥିରେ ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।


Next Post

ଗୋବରୀ ନଦୀ ପୁନରୁଦ୍ଧାର ନାମରେ କୋଟି କୋଟି ଟଙ୍କା ଚଳୁ , ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଲୋକେ

Thu Nov 23 , 2023
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନାଁରେ ଗତ ୧୧ ବର୍ଷରେ ପାଖାପାଖି୧୧ କୋଟି ଟଙ୍କା ଚଳୁ ହୋଥିବା ଅଭିଯୋଗ ହେଉଛି । ନଦୀର ମାଟି ଖୋଳା ଓ ଦଳ ସଫା ପାଇଁ ଗତ ୨୦୧୦-୧୧ ଓ ୨୦୨୧-୨୨ ଆର୍ଥିକବର୍ଷରେ ୧୧ କୋଟି ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ଖନନ କରାଯାଇ ଭିନ୍ନ ଭିନ୍ନ ଠିକା ସଂସ୍ଥାକୁ କାମ ଦିଆଯାଇଥିଲେ ମଧ୍ୟ କାମ […]

You May Like