ସମବାୟ ସମିତିରେ ପଞ୍ଜୀକୃତ ଅଛନ୍ତି ଚାଷୀ , ଫାଇଦା ନେଉଛନ୍ତି ଦଲାଲ


ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ ସେବା ସମବାୟ ସମିତି କାର୍ଯ୍ୟ କରୁଛି । ଏବେ ସମବାୟ ସମିତି ପକ୍ଷରୁ ସମବାୟ ସପ୍ତାହ ପାଳିତ ହୋଉଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୧୬ଟି ସମବାୟ ସମିତ ମଧ୍ୟରୁ ହାତଗଣତି ସମିତିକୁ ଛାଡିଦେଲେ ଅନ୍ୟ ସମିତି ସଂପାଦକ ଅଫିସ ଆଗରେ ସପ୍ତରଙ୍ଗ ଯୁକ୍ତ ପତାକା ଲଗାଇ ତାଲା ପକାଇ କେନ୍ଦ୍ର ସମବାୟ ବ୍ୟାଙ୍କରେ କୁଜି ନେତା ଓ ତୋଷାମତ କାରୀ ଦଲାଲ ସହିତ ଫିଷ୍ଟ କରି ହେରଫେର ଯୋଜନା ପ୍ରସ୍ତୁତ କରୁଛନ୍ତି । ଫଳରେ ଏହି ସମବାୟ ସୋସାଇଟ ଉପରେ ନିର୍ଭର କରୁଥିବା ସାଧାରଣ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି ।
କୃଷକ ନେତା ବିଜୟ ଦାସ କୁହନ୍ତି,ସମବାୟ ଅନୁଷ୍ଠାନ ଏକ ସ୍ୱତଃପ୍ରତ ସଂଘବଦ୍ଧ ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ ନିରପେକ୍ଷ ଅନୁଷ୍ଠାନ । ମିତବ୍ୟୟିତା ସେବା ମନୋଭାବ ନୀତି ଉପରେ ନିର୍ଭର କରି ଏହା ପରିଚାଳିତ ହୋଇଥାଏ । ସମବାୟ ଅନୁଷ୍ଠାନର ସପ୍ତରଙ୍ଗ ଯୁକ୍ତ ପତାକା ସାତଟି ଶ୍ରେଷ୍ଠ ନୀତିପ୍ରତୀକକୁ ବୁଝାଏ । ବାଇଗଣୀ–ସ୍ୱେଚ୍ଛାମୂଳକ ଯୋଗଦାନ, ଘନନୀଳ–ଗଣତନ୍ତ୍ରର, ନୀଳ–ସ୍ୱୟଂଶାସନ, ସବୁଜ-ନିରପେକ୍ଷ ବିଚାର, ହଳଦିଆ–ସୁସମ୍ପର୍କର, ନାରଙ୍ଗୀ–ଭେଦଭାବ ସୂଚକ ଓ ଲାଲ–ପରିବର୍ତନର ପ୍ରତୀକକୁ ବୁଝାଏ । ମାତ୍ର ପଟ୍ଟାମୁଣ୍ଡାଇରେ ଥିବା ସମବାୟ ସମିତିଗୁଡିକରେ କୁସମ୍ପକ, ଭେଦଭାବ ଓ ତୋଷାରପାତ ନିତୀ ଏବଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଏହି ସମବାୟ ସମିତି ଗୁଡିକ ଚାଷୀମାନଙ୍କ କୌଣସି କାର୍ଯ୍ୟରେ ଲାଗୁ ନଥିବା ବେଳେ ଦଲାଲ ମାନେ ଉପକୃତ ହେଉଛନ୍ତି । ସମିତିଗୁଡିକ ଅଧୀନରେ ଅଧିକାଂଶ ଚାଷୀମାନେ ପଞ୍ଜୀକୃତ ଅଛନ୍ତି । ମାତ୍ର ଫାଇଦା କୁଜି ନେତା ଓ ତୋଷାମତ କାରୀ ଦଲାଲ ମାନେ ନେଉଛନ୍ତି ।
ଓମବାୟ ବିତ ଅଭୟ ସ୍ୱାଇଁ କୁହନ୍ତି ଦୈନିକ ପଟ୍ଟାମୁଣ୍ଡାଇ କେନ୍ଦ୍ର ସମବାୟ ବ୍ୟାଙ୍କରେ ସଂପାଦକମାନେ ହେରେଫେର କାମ କରୁଥିବା ବେଳେ ଚାଷୀମାନେ ସମିତି ଋଣ ଆଦି କାର୍ଯ୍ୟରେ ଗଲାବେଳକୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଅଭିଯୋଗ ହେଉଛି । ଫଳରେ ଚାଷୀମାନେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ଅଧିକ ସୁଧ ହାରରେ ଋଣ ନେବାକୁ ବାଧ୍ୟ ହେଉଛନ୍ତି । ସମବାୟ ସମିତିର ସୁଧହାର ଶତକଡା ୧% ଥିବାବେଳେ ବ୍ୟାଙ୍କଗୁଡ଼ିକ ତାଙ୍କ ନିୟମ ଅନୁସାରେ ଅଧିକ ସୁଧ ନେଇଥାନ୍ତି । ଏଥିଯୋଗୁ ଚାଷୀମାନେ କ୍ଷତି ସହୁଛନ୍ତି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଚାଷୀ ଆର୍ôଥକ କ୍ଷତିଗ୍ରସ୍ତ ହୋଇ ଚାଷରୁ ମୁହଁ ଫେରାଇ ଦାଦନ ଖଟିବାକୁ ବିଦେଶ ଯିବାକୁ ପସନ୍ଦ କରୁଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଋଣ ଛାଡ଼ ଘୋଷଣା ହେଉଥିବାବେଳେ ଚାଷୀମାନେ ଏହି ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ବୋଲି ସେମାନେ କହିଛନ୍ତି ।
ଜରିଆ ସମବାୟ ସମିତିର ପୂର୍ବତନ ସଭାପତି ପରମାନନ୍ଦ ପଲାଇ କୁହନ୍ତି ସାନ ଜରିଆ ସମବାୟ ସମିତିରେ ସଂପାଦକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀ ଋଣରୁ ବଂଚିତ ହୋଇ ନାନା ପ୍ରକାର ହଇରାଣ ହେଉଥିବା ବେଳେ ଗତ ଧାନ କିଣାରେ ମଧ୍ୟ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି । ଏଠାରେ ଚାଲିଛି ବାପ ପୁା ରାଜ । ସାନଜରିଆ ସେବା ସମବାୟ ସମିିତିରେ ଗୋଟିଏ ପରିବାରର ସଂପାଦକ ଓ ସହସଂପାଦକ/ଡାଟା ଅପେରଟର ଭବେ ବାପ ପୁଅ ମିଲର୍ ଓ ଦଲାଲ୍ ହାତକରି ଚାଷୀମାନଙ୍କୁ ହନ୍ତସନ୍ତ କରୁଛନ୍ତି । ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କ ଶିକ୍ଷାଗତ ଜ୍ୟୋଗ୍ୟତା ଅଷ୍ଟମପାସ ଥିବା ବେଳେ ସମ୍ପାଦକ +୩ ର ନକଲି ପାସର ଶିକ୍ଷାଗତ ପ୍ରଣାମ ପତ୍ର ଦେଇ ଦୀର୍ଘ ୧୫ ବର୍ଷ ହେବ ଚାକିରୀ କରିବା ଦୁଃଖ ଓ଼ ପରୀତାପର ବିଷୟ ବୋଲି ପୂର୍ବତନ ସେ କହିଛନ୍ତି । ପ୍ରକୃତ ଚାଷୀମାନେ ବିହନ, ସାର ଓ ଋଣ ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଅବ୍ୟବସ୍ଥାରେ ଚାଲିଛି ସାନଜରିଆ ସମିତି । ଏଥି ନେଇ ବିଭାଗୀୟ କର୍ତୃପକ୍ଷ କୌଣସି ପଦକ୍ଷେପ ନ ନେଇ ଉଦାସୀନ ରହିବା ନେଇ ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ସେହିଭଳି ଚାଷି ନରେଶ ଜେନା କୁହନ୍ତି ଖଡିଅଂଟା ସେବା ସମବାୟ ସମିତି ଦାଇତ୍ୱରେ ଥିବା ସେକ୍ରେଟାରୀ କେବେହେଲେ ସମବାୟ ସମିତିକୁ ଆସୁନାହାନ୍ତି କିମ୍ବା ଚାଷୀଙ୍କୁ କୌଣସି କ୍ଷେତ୍ରରେ ସହଯୋଗ କରୁନାହାଁନ୍ତି । ଅଧିକାଂଶ ସମୟରେ ସମିତି ବନ୍ଦ ରହୁଛି । ଡାଟା ଅପରେଟରକୁ ପଟ୍ଟାମୁଣ୍ଡାଇ ସମବାୟ ବ୍ୟାଙ୍କ ଡାକି ସେଠାରେ ସବୁ କାଗଜପତ୍ର କରି ଚାଲିଯାଉଛନ୍ତି ।ଏନେଇ କିଛି ଚାଷୀ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖାକୁ ଯାଇ ଶାଖାପରିଚାଳକଙ୍କୁ ଋଣ ସମ୍ପର୍କରେ ପଚାରିବାରୁ ସମବାୟ ସମିତିର କେଶ ରେକର୍ଡ ଠିକ ନାହିଁ ଏଣୁ ଋଣ ଦେଇପାରିବି ନାହିଁ ବୋଲି କହିବା ସହ ତୁମେ ଏଆର୍‌ଙ୍କୁ କୁହ ବୋଲି କହିଥିଲେ । ଏନେଇ ଏଆର ସନ୍ତୋଷ କୁମାର ଦାଶଙ୍କୁ ଯୋଗାଯୋଗ କରିବାରୁ ପଟ୍ଟାମୁଣ୍ଡାଇରେ ଥିବା କିଛି ସମବାୟ ସମିତିରେ ହେରଫେର ହେଉଥିବା ଅଭିଯୋଗ ଆସିଛ ତଦନ୍ତ ପରେ କର୍ଯ୍ୟନୁଷ୍ଠାନ ନିଆଯିବ ।


Discover more from

Subscribe now to keep reading and get access to the full archive.

Continue reading