ସ୍ମରଣୀୟ ଦିବସ ପାଳିଲା ବାଲିଆ ବଜାର କମିଟି: ବାଣ ବିଷ୍ପୋରଣକୁ ପୁରିଲା ବର୍ଷେ



କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ବାଣ ବିଷ୍ପୋରଣକୁ ବର୍ଷେ ପୁରିଥିବା ବେଳେ ସେହି ଘଟଣାକୁ ନେଇ ବାଲିଆ କାର୍ତ୍ତିକେଶ୍ୱର ପୂଜା କମିଟି, ବଜାର କମିଟି ଓ ଶାନ୍ତି କମିଟି ପକ୍ଷରୁ ସ୍ମରଣ ଦିବସ ଭାବେ ପାଳନ କରିବା ସହିତ ସେହି ବାଣ ବିଷ୍ପୋରଣରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ, ଭିନ୍ନକ୍ଷମ ହୋଇପଡିଥିବା ଏବଂ ପିଡିତ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ପ୍ରାକ୍ତନ ସରପଞ୍ଚ ଧରଣୀଧର ଦାସ, ଶାନ୍ତି କମିଟି ସଭାପତି ଦାମୋଦର ତ୍ରିପାଠୀ, କାର୍ତ୍ତିକେଶ୍ୱର ପୂଜା କମିଟିର କର୍ମକର୍ତ୍ତା ମାନେ ବାଣ ବିଷ୍ପୋରଣରେ ମୃତ ନିଶ୍ଚିନ୍ତକୋଇଲିର ଉଦୟନାଥ ଭୋଇ ଏବଂ କେନ୍ଦ୍ରାପଡା ସହରସ୍ଥିତ ଜୟୀପୁରା ଗ୍ରାମର ସେକ୍ କରିମଉଦ୍ଦିନଙ୍କ ପରିବାରକୁ ଭେଟି ୫ହଜାର ନଗଦ ଟଙ୍କା ସମେତ କମ୍ବଳ ପ୍ରଦାନ କରିଥିଲେ । ଏଥିସହିତ ସୈାମ୍ୟରଞ୍ଜନ ସାହୁ ନାମକ ଜନୈକ ଭିନ୍ନକ୍ଷମ ଯୁବକଙ୍କୁ ନଗଦ ୫ହଜାର ଟଙ୍କା ଓ ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଥିବା ବେଳେ ବାଣ ବିଷ୍ପୋରଣରେ ଆହତ ହୋଇଥିବା ୩୦ଜଣଙ୍କୁ ଗୋଟିଏ କରି କମ୍ବଳ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂଜା କମିଟିର ପ୍ରତିନିଧି ଓ ଶାନ୍ତି କମିଟି ସଭ୍ୟ ମଦନମୋହନ ବେହେରା, ନାରାୟଣ ସ୍ୱାଇଁ, ବସନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ଦାସ, ରାକେଶ କୁମାର ସାହୁ, ଅକ୍ଷୟ କୁମାର ରାଉତ, ବିଭୁତିରଞ୍ଜନ ପତି, ସୁଧାଂଶୁ ସ୍ୱାଇଁ, ସୋମନାଥ ସ୍ୱାଇଁ, ମନୋଜ ରଣା, ହୃଷିକେଶ ସାହୁ, ଦେବ ପ୍ରକାଶ ସାହୁ, ନିଗମଶେଖର ମହାନ୍ତି, ପ୍ରଭାକର ମଲିକ, ବୈଲୋଚନ ମହାନ୍ତି, ଅକ୍ଷୟ କୁମାର ପତି, କାର୍ତ୍ତିକ ପ୍ରଧାନ, ଧିରେନ୍ଦ୍ର ପଣ୍ଡା, ଶରତ ସାହୁ, ନିରଞ୍ଜନ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


Next Post

ସରକାରୀ ଜମି ଜବରଦଖଲ ନେଇ ତହସିଲଦାରଙ୍କୁ ଦାବିପତ୍ର

Fri Nov 24 , 2023
କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତରେ ଥିବା ସେଠୀ ସାହି ନିକଟ ସରକାରୀ ଜମିକୁ ନାରାୟଣ ସେଠୀ ଓ ଗଗନ ସେଠୀ ଜବରଦଖଲ କରିବା ସହିତ ରାସ୍ତାକୁ ଅବରୋଧ କରି ବାଉଁଶ ବାର ବୁଲାଇଛନ୍ତିା ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଶୁକ୍ରବାର ଅଳପୁଆ ପଂଚାୟତର ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ […]

KANIKA