ବୋଇତ ବନ୍ଦାଣ ଓ ବନ୍ଦର ଦିବସରେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି



ସୋମବାର ଦିନ ପବିତ୍ର କାର୍ଚାିକ ପୂର୍ଣ୍ଣିମା ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାନ ଓ ବନ୍ଦର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦି ମୂର୍ମୁ । ସୋମବାର ଦିନ ପୂର୍ବାହ୍ନରେ ଭାରତୀୟ ବାୟୁସେନାର ହେଲିକ୍ୟାପ୍ଟରରେ ଆସି ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ । ସେଠାରୁ ପାରମ୍ପାରିକ ଲୋକନୃତ୍ୟ ସହିତ ତାଙ୍କୁ ପାଛୋଟି ଅଣାଯାଇଥିଲା । ରାସ୍ତାକଡରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଦେଖି ମହାମହିମ ରାଷ୍ଟ୍ରପତି ଗାଡିରୁ ଓହ୍ଲାଇ ସେମାନଙ୍କ ସହିତ ଭାବ ବିନିମୟ କରିଥିଲେ । ସେଠାରୁ ମହାମହିମ ରାଷ୍ଟ୍ରପତି ବୋଇତ ବନ୍ଦାଣସ୍ଥଳକୁ ଆସିଥିଲେ । ସେଠାରେ ଉପସ୍ଥିତ ସାଧବାଣୀମାନଙ୍କୁ ଶୁଭେଛା ଜଣାଇ ଓଡିଶାର ଅସ୍ମିତାର ପ୍ରତୀକ ବୋଇତକୁ ବନ୍ଦାଇଣ କରିବା ପରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଔପଚାରିକତାର ଦୃଷ୍ଟାନ୍ତ ସ୍ୱରୂପ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଅମୋଘରେ ବସି ବନ୍ଦର ମଧ୍ୟକୁ ଯାତ୍ରା କରିଥିଲେ । ଏହି ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ସଭାରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍‌.ହରନାଦ , ମହାମହିମ ରାଷ୍ଟ୍ରପତି ଜନସାଧାରଣଙ୍କୁ ଅଭିବାଦନ ଜଣାଇ ଯୁବପିଢିଙ୍କୁ ଯୋଗ୍ୟତାଭିତିରେ ଚାକିରୀ କରିବା ସହ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଉପଦେଶ ଦେଇଥିଲେ । ଯୁବପିଢିମାନେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନେନିବେଶ କରିବା ସହିତ ନିଜେ ରୋଜଗାରକ୍ଷମ ହୋଇ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରିବାକୁ ପରାମର୍ଶ ଦେଇଥିଲେ । ସମୁଦ୍ର ସବୁବେଳେ ସୃଜନଶୀଳ ତେଣୁ ଭାରତୀୟ ଉପଦ୍ୱୀପର ବାଣିଜ୍ୟ ବ୍ୟବସାୟ ଅର୍ଥନୈତିକ ଓ ଆନ୍ତର୍ଜାତିକ ସମ୍ପର୍କର ସ୍ରଷ୍ଟା ସମୁଦ୍ର ବୋଲି ସେ ଅଭିହିତ କରିଥିଲେ । ପାରାଦୀପ ବନ୍ଦର ଆଜି ବିଶ୍ୱର ଶ୍ରେଷ୍ଟ ବନ୍ଦର ଭାବେ ଗୌରବ ହାସଲ କରିଛି । ସାମଗ୍ରୀ ପରିବହନ ପାଇଁ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦରକୁ ସାଗର ଶ୍ରେଷ୍ଟ ବନ୍ଦର ସମ୍ମାନରେ ସମ୍ମାନିତ କରିଥିବାରୁ ସେ ପାରାଦୀପ ବନ୍ଦର କର୍ଚାୃପକ୍ଷଙ୍କୁ ଶୁଭେଛା ଜଣାଇଥିଲେ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ୨୬୦ କୋଟି ବ୍ୟୟ ଅଟକଳରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଶୁଭ ଉଦଘାଟନ କରିଥିଲେ । ଏଥି ସହିତ ବନ୍ଦର ସହରକୁ ନିରବଛିନ୍ନ ଜଳ ଯୋଗାଣ ପାଇଁ ରାଷ୍ଟ୍ରପତି ଏକ ନୂତନ ଜଳାଶୟ ଓ ଜଳ ବିଶୋଧନାଗାରର ଭିଚାିପ୍ରସ୍ଥର ସ୍ଥାପନ କରିଥିଲେ । ୨୫୦ ନିୟୁତ ଲିଟର କ୍ଷମତା ସମ୍ପନ୍ନ ଏହି ଜଳାଶୟ ଦ୍ୱାରା ପ୍ରତିଦିନ ୧୬ ନିୟୁତ ଲିଟର ଜଳ ଉତ୍ପାଦିତ ହେବ । ଏହା ପରେ ମହାମହିମ ରାଷ୍ଟ୍ରପତି ଭିଟିଏମ୍ ଆଇଏସ୍ କ୍ଷମତା ସମ୍ପନ୍ନ ସିଗନାଲ ଷ୍ଟେସନର ଭିଚାିପ୍ରସ୍ଥର ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ବିକାଶ ତଥା ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀପଦ ନାୟକ, କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, ରାଜ୍ୟ ଖାଦ୍ୟ ଯୋଗାଣ ଓ ଓଡିଶା ସରକାରଙ୍କ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ । ଜଗତସିଂହପୁର ସାଂସଦ ଡାଃ.ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲାପାଳ ପାରୁଲ ପଟଓାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏହା ପରେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦି ମୂର୍ମୁ ନେହେରୁ ବଙ୍ଗଳାଠାରେ ମତ୍ସ୍ୟଜୀବୀମାନଙ୍କୁ ସାକ୍ଷାତ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ । ଏହି ଉତ୍ସବରେ ପାରାଦୀପ ବନ୍ଦର ଅଧିକାରୀ,କର୍ମଚାରୀ, ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ଥାନୀୟ ଜନସାଧାରଣ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ


Discover more from

Subscribe now to keep reading and get access to the full archive.

Continue reading