କେନ୍ଦ୍ରାପଡା ବ୍ଲକ୍ ଅନ୍ତଗର୍ତ ତରାଣ୍ଡୋ ସରକାରୀ ନୋଡାଲ ହାଇସ୍କୁଲ୍ର ଷଷ୍ଠ ଶ୍ରେଣୀର ଛାତ୍ରୀ କୁମାରୀ ସଂଗୀତା ନାୟକ ପଂଚମ ଶ୍ରେଣୀ ବୃତି ପରୀକ୍ଷୋର କୃତିତ୍ୱର ସହିତ ସଫଳତା ଲାଭ କରି ବୃତି ପାଇବାକୁ ଯୋଗ୍ୟତା ଅଜ୍ଜର୍ନ କରିଛନ୍ତି । ମାର୍ଶାଘାଇ ବ୍ଲକ୍ର କୁସୁନୁପୁର ଗ୍ରାମ ନିବାସୀ ଜ୍ଞାନରଂଜନ ନାୟକ ଏବଂ ସୁଜାତା ନାୟକଙ୍କ ଝିଅ ସଂଗୀତା ଜେଣ ମେଧାବୀ ଛାତ୍ରୀ ଭାବରେ ବିଦ୍ୟାଳୟରେ ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ । ସେ ତରାଣ୍ଡୋ ଗ୍ରମର ଅବସର ପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ କାଂଚନବାଳା ନାୟକଙ୍କ ତତ୍ୱାବଧାନରେ ପାଠ ପଢୁଛନ୍ତି । ତାଙ୍କର ଏପରି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦନା ପାଣି, ଭାବଗ୍ରାହୀ କଳା ନିକେତନର ସଂପାଦକ ସଂଗୀତ ନେିଦ୍ଦର୍ଶକ ବିମଳ ପ୍ରସାଦ ପରିଡା, ରେଡିଓ ଭାବଗ୍ରାହୀର ସୁଶ୍ରୀ ସଂଗୀତା ଜେନା ଏବଂ ବିଶ୍ୱଜିତ୍ ପରିଡା ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ବିଦ୍ୟାଳୟ ପାଇଁ ଅଧିକ ସୁନାମ ଆଣିବାକୁ ଅନୁପ୍ରେରିତ କରିଛନ୍ତି ।











