
ପଟ୍ଟାମୁଣ୍ଡାଇ ତା ୩.୭-ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅଢାଯୋଡ଼ି ସାତହୁଙ୍କା ମଠ ଠାରେ ମହାଜନସମ୍ପର୍କ ଓ ଲାଭାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ଶାସନ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।.ବିଜେପି ନେତା ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ବରିଷ୍ଠ ନେତା ଶଙ୍କର୍ଷଣ ମହାନ୍ତି, ହରିଜନ ମୋର୍ଚା ସଭାପତି ମିଥୁନ ମଲିକ,ବାସୁଦେବ ପଣ୍ଡା, ନାୟବ ସରପଞ୍ଚ ରମଣୀ ରାଉତ,ମାନସୀ ସାହୁ, ମନୋରଞ୍ଜନ ପଣ୍ଡା,ସଦାଶିବ ମଲିକ,ଚିତ୍ତରଞ୍ଜନ ଶତପଥୀ,ବ୍ରହ୍ମାନନ୍ଦ ମହାକୁଡ଼,ରୁଦ୍ରପ୍ରସାଦ ବାଇ,ଜଳଧର ମହାନ୍ତି, ନୀଳମଣି ନାଥ,ପ୍ରସନ୍ନ ମହାକୁଡ଼,ସୁବାଷ ମଲିକ ପ୍ରମୁଖ ଭାଷଣ ଦେଇଥିଲେ । ଏହି ସମାବେଶରେ ସୁବାଷ ସେଠୀ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।











