କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ


କେନ୍ଦ୍ରାପଡ଼ା ତା.୧୧/୧୨: ଆୟକର ବିଭାଗ ତରଫରୁ ବିପୁଳ କଳା ଟଙ୍କା ଜବତରେ ମଦ ବ୍ୟବସାୟୀ ସାହୁ ବ୍ରଦର୍ସ, ଅପାରଗ ରାଜ୍ୟ ସରକାର ଓ କଂଗ୍ରେସର ଗଠବନ୍ଧନର ଫଳ ସ୍ୱରୂପ ଆଜି ଆୟକର ବିଭାଗ ଦ୍ୱାରା ପ୍ରାୟ ୫୦୦ କୋଟି କଳା ଟଙ୍କା ଜବତ ହୋଇଛି ବୋଲି ଅଭିଯୋଗ କରି କେନ୍ଦ୍ରାପଡ଼ା ବିଜେପି ତରଫରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା ମୋଟର ଷ୍ଟାଣ୍ଡ ଠାରେ ମଦ ବ୍ୟବସାୟୀ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଭୁବନ ମୋହନ ଜେନା, ଦୁର୍ଯ୍ୟୋଧନ ସାହୁ,ସୁନାକର ବେହେରା,ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ସଂଜୟ ରଥ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତ,ସଲିମ ଖାଁ,ଦୁର୍ଗା ପ୍ରସନ ନାୟକ, ବିକ୍ରମ କେଶରୀ ରାଉତରାୟ,କଳ୍ପନା ମଲ୍ଲିକ, ଉପିନ ରାଉତ,ଗଗନ ବିହାରୀ ସାହୁ,ଅମିତାଭ ସୁଆର ପ୍ରମୁଖ ଯୋଗଦେଇ କଂଗ୍ରେସ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏହି ଟଙ୍କା ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ ବିଜେଡି ଓ କଂଗ୍ରେସ ତରଫରୁ ଖର୍ଚ୍ଚ କରାଯିବାର ଯୋଜନା ଥିଲା ବୋଲି ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ନେତ୍ରୀ ରୋଜାଲିନ ମହାନ୍ତି, ପ୍ରିୟଦର୍ଶନୀ ନନ୍ଦ, ବନ୍ଦନା ରାଣୀ ରାଉତରାୟ, ଝିଲି ଦାସ, ପ୍ରଶାନ୍ତ ସେଠୀ,ପ୍ରମୋଦ ମହାନ୍ତି, ପ୍ରଫୁଲ୍ଲ ମଲ୍ଲିକ,ଅର୍ଜୁନ ମଲ୍ଲିକ, ଦେବାଶିଷ ମିଶ୍ର, ପ୍ରମୋଦ ଗନ୍ତାୟତ, ରଶ୍ମି ରଂଜନ ରାଉତ, ରମେଶ ପ୍ରଧାନ, ପ୍ରତାପ ସାମଲ, ନୃପତି ମଲ୍ଲିକ, ଯଦୁମଣି ମଲ୍ଲିକ, ରଞ୍ଜିତ ମହାନ୍ତି ପ୍ରମୁଖ, ଲୋକସଭା ବିସ୍ତାରକ ଅନୁପ ପରିଡା, ରାଜେଶ୍ ଦାଶ, ବଳରାମ ବେହେରା, ରାଜେନ୍ଦ୍ର ପତି, ସନ୍ଦୀପନି ଆର୍ଯ୍ୟକୁମାର, ପଦ୍ମଲୋଚନ ମହାପାତ୍ର, ସୁକାନ୍ତ ଦାଶ, ଭବାନୀ ଶଙ୍କର ସ୍ୱାଇଁ, ସନ୍ତୋଷ ସିଂ ପ୍ରମୁଖ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ  ଡାକ୍ତର ପଦବି ହେଉନି ପୁରଣ

Tue Dec 12 , 2023
ପୁରଣ ହେଉନି ଡାକ୍ତର ପଦବି ଖୋଲା ହେଉଛି ନୁଆନୁଆ ଡାକ୍ତରଖାନା କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଚିକିତ୍ସାଳୟକୁ ଦୈନିକ ପଟ୍ଟାମୁଣ୍ଡାଇ ସମେତ ଆଳି, ରାଜନଗର, ମହାକାଳପଡା, ରାଜକନିକା ଅଂଚଳରୁ ହଜାର ହାଜାର ରୋଗୀ ଆସୁଥିବା ବେଳେ ଉତମ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ଆବଶ୍ୟକୀୟ ଡାକ୍ତର ପଦବି ଖାଲି ପଡିଥିବା ବେଳେ […]

KANIKA