ଟ୍ରଲର ଜବତ, ୯ ଜଣ ମତ୍ସ୍ୟଜିବୀ ଗିରଫ


କେନ୍‌ଦ୍ରାପଡା ଜିଲ୍ଲା ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଗରନାଶୀଠାରୁ ୧୦କି.ମି. ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ଓମ ବାବା ୭ ନାମକ ଟ୍ରଲରକୁ ଜବତ କରିଥିଲେ । ସେଥିରୁ ୯ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିବା ସହ ଗୋଟିଏ ଜିପିଏସ, ଗୋଟିଏ ଭିଏଚଏଫ, ୭ଟି ଜାଲ ଓ ୫କ୍ୟୁଟାଂଲ ମାଛ ଜବତ କରିଛନ୍ତି । ମତ୍ସ୍ୟଜିବୀମାନେ ଅମର ମଳିକ, ରତିକା” ସିହ୍ନା, ରଂଜିତ ବେହେରା, ମୁନ୍ନା ଶାହା, ଏସ.କେ ରଫିକ, ସମୟ ମାଝି, ବାପୁନ ଜେନା, ରହିମ ଖାଁନ, ଶିବଶଙ୍କର ପାତ୍ରଙ୍କୁ ଗିରଫ କରି ବନବିଭାଗ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଣିଥିଲା । ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ରାଜନଗରରେ ହୋଇନପାରିବାରୁ ବନବିଭାଗ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୈାଣସି ସ୍ଥାନରୁ ସହଯୋଗ ନମିଳିବାରୁ ବନବିଭାଗ ହାଜତକୁ ନିଆଯାଇଥିବା ରେଂଜ ଅଫିସର ପ୍ରଦୋଷ ମହାରଣା ସୂଚନା ଦେଇଛ”ି । ଯାହାଫଳରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ପାରିନାହିଁ ।


Discover more from

Subscribe now to keep reading and get access to the full archive.

Continue reading