ଶିକ୍ଷକ ନିଯୁକ୍ତି ଦାବୀରେ ବିଇଓ ଅଫିସରେ ଗଣଧାରଣା



କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦକ୍ଷିଣେଶ୍ୱର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ କରି ଆଜି କାଠିଆପଡା ଗ୍ରାମର ବହୁ ଅଧିବାସୀ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସେମାନେ ଧାରଣାରେ ବସି କହିଛନ୍ତି । କଠିଆପଡା ଦକ୍ଷୀଣେଶ୍ୱର ଉଚ୍ଚବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଏଲିମେଟାରି ଓ ନବମ ଦଶମ ଶ୍ରେଣୀରେ ମୋଟ ୩୫୭ ଜଣ ପିଲା ପାଠ ପଢୁଛନ୍ତି । ନବମ ଦଶମ ଶ୍ରେଣୀରେ ୨୦୨ ପିଲା ପାଠ ପଢୁଛନ୍ତି । ନବମ ଦଶମ ହାଇସ୍କୁଲରେ ୫ ଜଣ ଶିକ୍ଷକ (ଓବିସନାଲ )ଧନ୍ଦାମୁଳକ ଶିକ୍ଷକ ୨ ଜଣଙ୍କୁ ନେଇ ୭ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ଷଷ୍ଠରୁ ଅଷ୍ଟମ (ଏଲିମେଟାରି) ୧୫୫ ଜଣ ପିଲାଙ୍କୁ ଜଣେ ଶିକ୍ଷକ ପାଠ ପଢାଉଛନ୍ତି । ଏହି ଏଲିମେଟାରି କ୍ଲାସ ପାଇଁ ୪ ଜଣ ଶିକ୍ଷକ ନିଯୁକ୍ତି ହୋଇଥିଲେ । ଗତ କିଛିମାସ ତଳେ ୨ ଜଣଙ୍କୁ ପ୍ରମୋସନରେ ଅନ୍ୟତ୍ର ବଦଳୀ କରାଯାଇଥବା ବେଳେ ଗତ ସେପଟେମ୍ବର ମାସରେ ଗୋଟିଏ ଶିକ୍ଷକଙ୍କୁ ମହନପୁର ପ୍ରଥମିକ ସ୍କୁଲକୁ ଡେପୁଟେଶନରେ ପଠାଯାଇଛି । ଫଳରେ ୩ ଟି ଶେଣୀ ୧୫୫ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟ ଦୋଳଗୋବିନ୍ଦ ସାହୁ, ପ୍ରଶାନ୍ତ ସିଂହ, ଶଶୀ ପଣ୍ଡା,ସରୋଜ ପଣ୍ଡା,ସୁରେନ୍ଦ୍ର ନାଥ ପଣ୍ଡା ଅଶୋକ ନାୟକ, ଦୀପକ ଦାଶ, ନିରଞ୍ଜନ ସାହୁ, ତପନ ଖଟୁଆ, ଗୀତା ମହାରଣା,ବାସନ୍ତୀ ସାହୁ, ସସ୍ମିତା ପରିଡା,ଜ୍ୟୋତ୍ସ୍ନାରାଣୀ ମହାନ୍ତି,ସସ୍ମିତା ପଣ୍ଡା,ପ୍ରତିମା ଦାସ, ସସ୍ମିତା ନାୟକ,ଲୋପାମୁଦ୍ରା ଦାଶ, ଗଗନ ରାଉତ, ଅରକ୍ଷିତ ସାହୁ, ଜିତେନ୍ଦ୍ର ମହାରଣା, ଅମର ଦାସ ଓ ଚନ୍ଦ୍ରଶେଖର ଶତପଥୀ ପ୍ରମୁଖ ବହୁ ପୁରୁଷ ଓ ମହିଳା ଧାରଣା ଦେଇଥିଲେ । ଶିକ୍ଷକ ନିଯୁକ୍ତ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଅଡ଼ି ବସିଥିଲେ । ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲ ଶିକ୍ଷା ଅଧିକାରିଣୀ ଶୁଭଲଷ୍ମୀ ନାୟକ, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ପହଁଚି ଅଭିଭାବକ ମାନେ ତଳେ ଧାରଣାରେ ବସିଥିବା ବେଳେ ଡିଇଓ ଶୁଭଲଷ୍ମୀ ନାୟକ, ବିଇଓ ଦଳାଇ ଚେଆର ଟେବୁଲ ଉପରେ ବସି କଥା ହେବାରୁ ଧାରଣାକାରୀ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରବର୍ତି ସମୟରେ ୨୦ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ନେବେ ବୋଲି ଡିଇଓ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।


Next Post

ନୂଆ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଅଗ୍ରଗତି ନିମନ୍ତେ କ୍ଷେତ୍ର ପରିଦର୍ଶନ କଲେ ବିଭିନ୍ନ ବିଭାଗର ଅଧିକାରୀ

Fri Dec 15 , 2023
କେନ୍ଦ୍ରାପଡ଼ା ଜିଲ୍ଲା କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତମ ଗମନାଗମନ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ ବାଇପାସ ରାସ୍ତା ପୁର୍ତ ବିଭାଗ ଅଧିନରେ ୨୧କୋଟି ଟଙ୍କା ବ୍ୟୟ ଅଟଳଳରେ ଟେଣ୍ଡର କରାଯାଇ ନିର୍ମାଣକାରୀ ସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ମାତ୍ର ଜବରଦଖଲ, ମୁନିସିପାଲିଟି ପ୍ରାଚୀର ଓ ବିଦ୍ୟୁତ ଖୁଂଟ ଅପସାରଣ, […]