ନୂଆ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଅଗ୍ରଗତି ନିମନ୍ତେ କ୍ଷେତ୍ର ପରିଦର୍ଶନ କଲେ ବିଭିନ୍ନ ବିଭାଗର ଅଧିକାରୀ



କେନ୍ଦ୍ରାପଡ଼ା ଜିଲ୍ଲା କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତମ ଗମନାଗମନ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଠାରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ ବାଇପାସ ରାସ୍ତା ପୁର୍ତ ବିଭାଗ ଅଧିନରେ ୨୧କୋଟି ଟଙ୍କା ବ୍ୟୟ ଅଟଳଳରେ ଟେଣ୍ଡର କରାଯାଇ ନିର୍ମାଣକାରୀ ସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ମାତ୍ର ଜବରଦଖଲ, ମୁନିସିପାଲିଟି ପ୍ରାଚୀର ଓ ବିଦ୍ୟୁତ ଖୁଂଟ ଅପସାରଣ, ବୃକ୍ଷ, ପାଇପଲାଇନ ଓ କେନାଲ ୱାଲ ଆଦି ବିଭିନ୍ନ ସମସ୍ୟା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଅଗ୍ରଗତି ହୋଇପାରୁ ନଥିଲା । ଏନେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଗତ ମଙ୍ଗଳବାର ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ରାସ୍ତା ନିର୍ମାଣ କାର୍ଯ୍ୟରେ ଦେଖାଦେଇଥିବା ଅସୁବିଧା ଦୂର କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଶୁକ୍ରବାର ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ପୁର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ ରାଜଶ୍ରୀ ବେହେରା, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ଜଳସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଇଂ ପ୍ରଭାତ ସାହୁ, ,ଜନସ୍ୱାସ୍ଥ୍ୟ ବିଭାଗ ସହସହକାରୀ ଯନ୍ତ୍ରୀ ଇଂ ସୁଦାମ ସାହୁ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ଏସ ସି ଏଫ ଗଗନ ବିହାରୀ ମଲ୍ଲିକ, ବନପାଳ ରୋଜାଲିନ ଦାସ ଓ ଆଇଅ।ଇସି ରଞିତ ମହାନ୍ତି ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ନୂତନ ବାଇପାସ ରାସ୍ତା ନିର୍ମାଣ କ୍ଷେତ୍ର ପରିଦର୍ଶନ କରି ନିର୍ମାଣରେ ଦେଖାଦେଇଥିବା ଅସୁବିଧାର ସରଜମିନ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତି ନିଆଯାଇଛି ବୋଲି ପୁର୍ତ ବିଭାଗ ସହକାରୀ ଯନ୍ତ୍ରୀ ଜ୍ୟୋତି ବେହେରା ପ୍ରକାଶ କରିଛନ୍ତିା


Discover more from

Subscribe now to keep reading and get access to the full archive.

Continue reading