ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ଆଲୋଚନାଚକ୍ର


ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଜେବି ସ୍ୱୟଂ ଶାସିତ କଲେଜ ସହକାରୀ ପ୍ରଫେସର ବିଭାବରୀ ବଳ ବିଷୟ ବିଶାରଦ ଭାବେ ଯୋଗ ଦେଇ ନୂତନ ଶିକ୍ଷା ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ସ୍ୱାଗତଭାଷଣ ଓ କଲେଜ ସମାଜବିଜ୍ଞାନ ବିଭାଗ ମୁଖ୍ୟ କ୍ୟାପଟେନ ମନୋଜ ପରିଡା ଅତିଥିପରିଚୟ ପ୍ରଦାନ କରିଥିଲେ । ଏଥିରେ ଆଇ କ୍‌ଯୁ ଏ ସି ସଂଯୋଜକ ଡ଼ ସୁନୀଲ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ ଓ ଅଧ୍ୟକ୍ଷା ଡ଼ ପ୍ରେମଲତା ରାଉତ ,ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା, ଡ଼ ଫକୀର ପ୍ରଧାନ, ପ୍ରାଧ୍ୟାପକ ଅମୀୟ ଦାସ,ଡ଼ ଅଞ୍ଜଳି ଦାଶ,ପ୍ରମୋଦ ସ୍ୱାଇଁ, ସର୍ବେଶ୍ୱର ସାହୁ, ରଞ୍ଜନ ଗାହାଣ,ରଞ୍ଜନ ବେହୁରା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସୁଶ୍ରୀ ବନ୍ଦିତା ସାହୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading