ପ୍ରାକୃତିକ ବିପର୍ଯୟ ମୁକାବିଲା ତାଲିମ


ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ପ୍ରାକୃତିକ ବିପର୍ଯୟ ମୁକାବିଲା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ସୁବାଷ ଜେନା ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ରବି ନାରାୟଣ ନାୟକ ଓ ବାବୁଲାଲ କର ତାଲିମଦାତା ଭାବେ ଯୋଗ ଦେଇ ବିଭିନ୍ନ ବିପର୍ଯୟ ସମୟରେ ଲୋକମାନଙ୍କୁ ସତର୍କ କରିବା ଓ ସୁରକ୍ଷିତ ଭାବେ ଉଦ୍ଧାର କରିବା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏ ସମ୍ପର୍କରେ ମକ ଡ୍ରିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ନଟବର ସୂତାର,ଗୌତମ ବେହେରା,ତାପସ ରାଉତ, ସତ୍ୟଜିତ ବେହେରା, ଅଧ୍ୟାପିକା ସୋନାଲି ନାୟକ ଏବଂ କାଳନ୍ଦୀ ମଳିକ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading