ସ୍ୱେଛାସେବୀ ସଂଗଠନ ପକ୍ଷରୁ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମହନପୁର ପଂଚାୟତ କଣିପାଳ ଗ୍ରାମରେ ନବଦିଗନ୍ତ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଏକ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା ସୋମବାର ଅନୁଷ୍ଟିତ ହୋଇଯାଇଛି । ଶିକ୍ଷାବିତ ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡା ବ୍ଲକର ସାମାଜୀକକର୍ମୀମାନେ ଯୋଗଦେଇ ସଂଗଠନର ଆଭିମୁଖ୍ୟ ଓ ବରିଷ୍ଠ ନାଗରିକ ମାନଙ୍କ ସାମ୍ପ୍ରତିକ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମଗ୍ର ଦେଶରେ ବରିଷ୍ଠନାଗରିକଙ୍କ ସଂଖ୍ୟା ପ୍ରୟ ୧୮ କୋଟିରୁ ଉର୍ଦ୍ଧ୍ୱ ହେବ । ମାତ୍ର ଅଧିକାଂଶ ବରିଷ୍ଠମାନେ ବିଭିନ୍ନ ସାମଜିକ ସମସ୍ୟା ଦେଇ ଗତିକରୁଥିବା ନେଇ ସେ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜନଗରର ସାମାଜିକ କର୍ମୀ କୈଳାସ ମହାନ୍ତି, ମହାକାଳପଡାର ପାର୍ଥସାରଥୀ ନାୟକ ଯୋଗଦେଇଥିବା ବେଳେ ଗୟାଧର ଧଳ ମୁଖ୍ୟବକ୍ତାଭାବେ ଯୋଗଦେଇ ବରିଷ୍ଠ ମାନଙ୍କ ସମସ୍ୟାର ସାମାଧାନ ଉଭୟ ସମାଜ ଓ ରାଷ୍ଟ୍ରର ଦାଇତ୍ୱ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଂକୁର ପଲାଇ,ଦୋଳଗୋବିନ୍ଦ ସାହୁ, ବିଜୟ ଦାସ, ରବିନ୍ଦ୍ର ମହାପାତ୍ର, ନରେଶ ମଳିକ ପ୍ରମୁଖ ଯୋଗଦେଇ । ଏହି ସଭାରେ ଶତାଧିକ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୋଳଗୋବିନ୍ଦ ସାହୁ ସଭା ପରିଚାଳନା କରିଥିବା ବେଳେ ଦାଶରଥୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଭାରତ ରତ୍ନ ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ

Tue Dec 26 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ରାଜନଗର ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂତନ ଭାରତ ଗଠନରେ ବାଜପାୟୀଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଜୟନ୍ତୀ ସଭାରେ […]

You May Like