ପଟ୍ଟାମୁଣ୍ଡାଇ କଲେଜରେ ରକ୍ତଦାନ ଶିବିର


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ୱାଇ ଆର ସି, ଏନ ଏସ ଏସ ଓ ଏନ ସି ସି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି   ଏହି ଶିବିରକୁ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ  ଉଦଘାଟନ କରିଥିଲେ   କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ, ୱାଇ ଆର ସି କାଉନସେଲର ଅଧ୍ୟାପକ ସରୋଜକାନ୍ତ ନାୟକ, ଏନ ଏସ ଏସ ଅଫିସର ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଓ ଏନ ସି ସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ବହୁ ରକ୍ତଦାତା ସ୍ବେଛାକୃତ ରକ୍ତଦାନ କରିଥିଲେ ଏହି ଶିବିରରେ ୪୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ଏହି ଶିବିରକୁ ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ, ପ୍ରମୋଦ ସ୍ୱାଇଁ, ଅମୀୟ ଦାସ,ଅଧ୍ୟାପକ ସୁଭାଶିଷ ମିଶ୍ର, ରଞ୍ଜନ  ବେହୁରା,ପ୍ରମୁଖ ପରିଚାଳନା କରିଥିବାବେଳେ ଅଧ୍ୟାପକ ଅରବିନ୍ଦ ପାଣ୍ଡଵ, ରଞ୍ଜନ ଗାହାଣ ,ଅମିତ ସାହୁ,ଅଭିମନ୍ୟୁ ମହାନ୍ତି ଓ ଜ୍ୟୋତ୍ସ୍ନାରାଣୀ ନାୟକ ପରିଚାଳନାରେ ସହଯୋଗ କରିଥିଲେ


Discover more from

Subscribe now to keep reading and get access to the full archive.

Continue reading