ବିକାଶର ସାରଥୀ ନାରୀ ଶକ୍ତି ନବୀନ ଓଡିଶାର ଅସଲଶକ୍ତି


 

ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ,

ବିକାଶର ସାରଥୀ ନାରୀ ଶକ୍ତି ନବୀନ ଓଡିଶାର ଅସଲ ଶକ୍ତି ବୋଲି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।  ଏହି ଉପଲକ୍ଷେ  ଅଧ୍ୟକ୍ଷା ଡ଼ ରାଜଲଷ୍ମୀ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ କହିଲେ ମହିଳା ମାନେ ଆଜି ପଛୁଆ ନାହାନ୍ତି । ଚନ୍ଦ୍ରାୟନ ଠାରୁ ଆରମ୍ଭ କରିବା ବିମାନ ଚଳାଇବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ହୋଇ ବିକାଶର ମଙ୍ଗ ଧରିଛନ୍ତି । ମିଶନଶକ୍ତିକୁ ଆନ୍ଦୋଳନରେ ପରିଣତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଅସଲ ଶକ୍ତି ପ୍ରଦାନ କରିଛନ୍ତି । ବିକାଶଧାରାରେ ଆଗକୁ ଆଗକୁ ବଢୁଥିବା ଓଡିଶାକୁ ନବୀନ ଓଡିଶାରେ ପରିଣତ କରିବା ପାଇଁ ଯୁବଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ କରି ଯୁବଶକ୍ତିର ପୂର୍ଣ୍ଣ ବିନିଯୋଗ ପାଇଁ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଛାତ୍ରୀମାନେ ନିର୍ଦ୍ଧିଷ୍ଟ ସ୍ବପ୍ନ ନେଇ ଆଗକୁ ବଢିବା ସହିତ ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କରି ହାତ ପାହାନ୍ତାରେ ଥିବା ସୁଯୋଗର ବିନିଯୋଗ କଲେ ସମସ୍ତ ଆହ୍ୱାନକୁ ମୁକାବିଲା କରି ନିଶ୍ଚିତ ସଫଳତା ପାଇପାରିବେ ବୋଲି ବିଧାୟକ ମତପ୍ରକାଶ କରି ଏଥି ପାଇଁ ଶୃଙ୍ଖଳା, ସମର୍ପଣ ଓ ପ୍ରତିବଦ୍ଧତା ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଇ ଅବସରରେ ବିଧାୟକ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଉନ୍ନତି ପାଇଁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ ।

ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ମୁଖ୍ୟବକ୍ତା ଭାବେ ଯୋଗ ଦେଇ  ସମସ୍ତ ପ୍ରାଚୁର୍ଯ୍ୟରେ ଭରପୁର ଓଡିଶାର ଯୁବଶକ୍ତି ପ୍ରକୃତ ଶକ୍ତି ହୋଇଥିବାରୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ନୂଆ ଓଡିଶା ଗଠନ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।  ଯୁବଛାତ୍ରଙ୍କ ପ୍ରତିଭା ବିକାଶ ପାଇଁ ଉପଯୁକ୍ତ ଭାବେ ପ୍ରଶିକ୍ଷିତ କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠୀ ସମ୍ମାନିତ ଅତିଥି ଭାବେ ଯୋଗ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ନୂତନ ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ  । ଏହି ଉତ୍ସବରେ ନୂଆ ଓ କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପିକା ରିତା ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ସାଂସ୍କୃତିକ କମିଟି ନୋଡାଲ ଅଫିସର ଅଧ୍ୟାପିକା ପୁଷ୍ପାଞ୍ଜଳି ମହାନ୍ତି , କ୍ରୀଡା କମିଟିର ନୋଡାଲ ଅଫିସର ଅଧ୍ୟାପିକା ଅନୁପମା ଦାସ ଓ ସାମାଜିକ ସେବା ଅଧ୍ୟାପିକା ସୁକାନ୍ତି ଲେଙ୍କା ସଂସ୍କୃତି କ୍ରୀଡା ଓ ସମାଜସେବାକୁ ନେଇ ଆୟୋଜିତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଯୁବଶକ୍ତିର ପ୍ରତିଭା ବିକାଶ କ୍ଷେତ୍ରରେ ରହିଥିବା ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।   ଶେଷରେ ଅଧ୍ୟାପିକା ସୁକାନ୍ତି ଲେଙ୍କା ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ପାରମ୍ପରିକ ନୃତ୍ୟ ଫ୍ୟାସନ ସୋ ସମେତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ I ବିଧାୟକ ଶ୍ରୀସାହୁ ପୋଖରୀଆପଡା ହରପାର୍ବତୀ ପାଠାଗାର ନିକଟରେ ପହଂଚିବାମାତ୍ରେ ଛାତ୍ରନେତା ଅଶୋକ ଧଳ, ଦେବାଶିଷ ନାୟକ ଓ ଅଭିରାମ ସ୍ୱାଇଁଙ୍କ ନେତୃତ୍ୱରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଏକ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ପାଛୋଟି ନିଆଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading