
ରାଜନଗର ନିର୍ବାଚନମଣ୍ଡଳୀର ପଟ୍ଟାମୁଣ୍ଡାଇ ନଗର ଅନ୍ତର୍ଗତ ନନ୍ଦିନୀନଗର ଯଜ୍ଞ ପଡିଆରେ ବିଜେପି ସଂଯୁକ୍ତ ମୋର୍ଚା ସମାବେଶ ଅନୁଷ୍ଠିତ ହୋଇଯାଇଛି । ନଗର ବିଜେପି ସଭାପତି ବିଶ୍ୱରଞ୍ଜନ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ରାଜନଗର ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ଶାସନ, ଗରିବକଲ୍ୟାଣ ଯୋଜନା ଓ ଓଡିଶା ବିକାଶରେ ଅବଦାନ ସମ୍ପର୍କରେ ଆଲୋକପାତ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଭୁବନେଶ୍ୱର ଜିଲ୍ଲା ବିଜେପି ପ୍ରଭାରୀ ପ୍ରାଧ୍ୟାପକ ଭୁବନମୋହନ ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଓ ସବ କା ବିଶ୍ୱାସ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡିଶା ବିକାଶ ପାଇଁ ରେଳ ଠାରୁ କୃଷି ଏବଂ ଆବାସ ଠାରୁ ଉଜ୍ଜାଲା ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇ ବିଜେପିକୁ ମଜଭୁତ କରି ଡ଼ ଅଲେଖ ଜେନାଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଏହି ସମାବେଶରେ ଦଳିତ ମୋର୍ଚା ଜିଲ୍ଲା ସଭାପତି ଅନ୍ତର୍ଯ୍ୟାମୀ ମଲିକ,ରାଜ୍ୟ ମଣ୍ଡି ସଂଯୋଜକ ପବିତ୍ର ପରିଡା,ଜିଲ୍ଲା ବିଜେପି ଉପସଭାପତି ଗଗନ ସାହୁ,ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷ ନଗେନ୍ଦ୍ର ବେହେରା,ନଗର ମହିଳା ବିଜେପି ସଭାନେତ୍ରୀ ରଶ୍ମିତା ସାହୁ,୪ନଂ କାଉନସିଲର ବନିତା ମଲିକ,ପ୍ରାକ୍ତନ ନଗର ସଭାପତି ପଦ୍ମନାଭ ପଣ୍ଡା, କଂଟାବଣ ମଣ୍ଡଳ ସଭାପତି ବନମାଳି ମହାପାତ୍ର, ଶ୍ରୀରାମପୁର ମଣ୍ଡଳ ସଭାପତି ନୃସିଂହ ସାହୁ, ଛୁଆଳିଆ ମଣ୍ଡଳ ସଭାପତି ଶଙ୍କର ସେଠୀ, ସାନଜରିଆ ସମିତିସଭ୍ୟ ସୁବାଷ ବାରିକ, ବାଲିସାହିପାଟଣା ସରପଂଚ କୈଳାଶ ପରିଡା,ଦିଲ୍ଲୀପ ପାତ୍ର, ସୌଭାଗ୍ୟ ସାହୁ,ଦିବ୍ୟକାନ୍ତ ବିଶ୍ୱାଳ,ଶଙ୍କର ମହାନ୍ତି,ଅଭିରାମ ସାମଲ,ଶ୍ରୀମନ୍ତ ରାୟ, ବିଜୟ ନାୟକ,ଦେବାଶିଷ ମଲିକ,ଉତମ ମଲିକ, କ୍ଷୀରୋଦ ରାଉତ ,ପାରେଶ୍ୱର ନାୟକ, ହୃଷିକେଶ ମଲିକ,ଗଗନ ପରିଡା ରାଜେନ୍ଦ୍ର ସାହୁ,ମାଗୁଣି ନାୟକ, ସଂଗ୍ରାମ ସେଠୀ,ବିଚିତ୍ରାନନ୍ଦ ବାଇ, ମିଥୁନ ମଲିକ, ସୁଦର୍ଶନ ମଲିକ ପ୍ରମୁଖ ଭାଷଣ ଦେଇ କେନ୍ଦ୍ର ବିଜେପି ସରକାରଙ୍କ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଶେଷରେ ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ଧନ୍ୟବାଦ ଦେଇଥିଲେ ।











