ଫକିରାବାଦ ଉର୍ଦ୍ଦୁ ଉ.ପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ


କେନ୍ଦ୍ରାପଡ଼ା ୬/୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉ.ପ୍ରା ବିଦ୍ୟାଳୟର ୩୪ତମ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ସେକ୍ ମନସୁର୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭ୍ରମର ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଇଚ୍ଛାପୁର କ୍ଲଷ୍ଟର ସିଆର୍‌ସିସି ବିଭୁ ପ୍ରସାଦ ନାୟକ ଓ ପୂର୍ବତନ କାଉନ୍‌ସିଲର ସେକ୍ ହିବଜୁର୍ ରହେମାନ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ସଭାପତି ମିର୍ ସମ୍ସ ତବରେଜ୍ ଅତିଥି ପରିଚୟ ଦେଇଥିଲେ । ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ୧ମ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ରାଉତ କହିଥିଲେ କ୍ରୀଡା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶରୀର ସୁସ୍ଥ ରହିଥାଏ । ଖେଳ ପରିଚାଳନାରେ ସମିନା ଜେନା, ମିର୍ ରଫିକ୍‌, ଗାଙ୍ଗେୟ କୁମାର ବିଶ୍ୱାଳ ଓ କ୍ରୀଡା ଶିକ୍ଷକ ରଶ୍ମିରଞ୍ଜନ ରାଉତରାୟ ସହଯୋଗ କରିଥିଲେ । ଏଥିରେ ବିଦ୍ୟାଳୟର ସଭ୍ୟ/ସଭ୍ୟାମାନେ ମିର୍ ଅବୁକ୍‌ତାଦା, ଦେବେନ୍ଦ୍ର କୁମାର ମିତ୍ର, ରମାତୁନ୍ ବିବି, ସେକ୍ ଗଜି, ସେକ୍ କମିରୁଦ୍ଦିନ୍‌, ରହେମାତୁନ୍ ବିବି ଓ ସେକ୍ ମୋତି ପ୍ରଭୃତି ଯୋଗ ଦେଇଥିଲେ ।


Next Post

ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ପ୍ରଦାନ

Sun Jan 7 , 2024
କେନ୍ଦ୍ରାପଡ଼ା,୬ା୧: ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି କେନ୍ଦ୍ରାପଡା ସହରର ବଳଦେବ ହାଇସ୍କୁଲ ଓ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଯୁକ୍ତରାଷ୍ଟ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରଟ୍‌ସ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ପ୍ରତିବର୍ଷ ଜନ୍ମସ୍ଥାନ କେନ୍ଦ୍ରାପଡାକୁ ଆସି ଦୁଇମାସ ଅବସ୍ଥାନ କରିବା […]

KANIKA