ପ୍ରାକ୍ତନ ଚିକିତ୍ସକ ଶତ୍ରୁଘ୍ନ ନାଥଶର୍ମାଙ୍କ ପରଲୋକ



ପଟ୍ଟାମୁଣ୍ଡାଇ ଧୋୟା ଅଂଚଳର ବିଶିଷ୍ଟ ସମାଜସେବୀ ପ୍ରାକ୍ତନ ଚିକିତ୍ସକ ତରଡ଼ିପାଳ ଗ୍ରାମର ଶତ୍ରୁଘ୍ନ ନାଥଶର୍ମାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ତାଙ୍କ ପତ୍ନୀ ସୁଶୀଳା ନାଥଶର୍ମା ତରଡ଼ିପାଳ ପଂଚାୟତ ସରପଞ୍ଚ ଭାବେ ପଂଚାୟତର ବିକାଶରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ସେ ଜଣେ ମିଷ୍ଠଭାଷୀ ପରୋପକାରୀ ବ୍ୟକ୍ତି ଥିଲେ । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ସ୍ମୃତି ରଞ୍ଜନ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ତରାଇ, ଶିଳ୍ପପତି ସରୋଜ ବିଶ୍ୱାଳ,ତରଡ଼ିପାଳ ସରପଞ୍ଚ ଦେବେନ୍ଦ୍ର ନାୟକ ଓ ସମିତିସଭ୍ୟ ନିରଞ୍ଜନ ବାରିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।


Next Post

ପଟ୍ଟାମୁଣ୍ଡାଇ ପୌରାଂଚଳରେ ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ , ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ଅଂଚଳ

Mon Jan 8 , 2024
ଆସନ୍ତା ୧୭ ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଓ ସଦୃଶ୍ୟ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ସାମିଲ ହେବା ସହିତ ନିଜ ଭକ୍ତିର ନିଦର୍ଶନ ସ୍ୱରୂପ ପ୍ରଭୁଙ୍କୁ ଭେଟି ଦେବା ପାଇଁ ସାରା ଓଡିଶାର ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ପଠାଇବା ପାଇଁ ଭକ୍ତମାନେ ବ୍ୟଗ୍ରତା ଓ […]

You May Like