ପଟ୍ଟାମୁଣ୍ଡାଇ ବ୍ଳକରେ ମିଳିତ ଜନଶୁଣାଣୀ ଶିବିର,୮୨ ଅଭିଯୋଗ ଉପରେ କାର୍ଯାନୁଷ୍ଠାନ ନିର୍ଦେଶ


କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ ପି ସନ୍ଦୀପ ସମ୍ପଦ ମଦକର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ତ ହସିଲଦାର ପଂଚାନନ ନାୟକ , ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତା, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟଜଳ, କୃଷି, ଜଳସେଚନ, ଉଠାଜଳସେଚନ, ମହିଳା ଶିଶୁ ବିକାଶ, ସାଧାରଣବଂଟନ ଆଦି ବିଭିନ୍ନ ପ୍ରସଙ୍ଗରେ ୮୨ଟି ଅଭିଯୋଗ ଆଗତ କରାଯାଇଥିଲା । ଏହି ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରିଣୀ ଡା ଅନିତା ପଟନାୟକ, ଜିଲ୍ଲା ମୃତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦେଶକ ଅଶୋକ ସାମଲ, ଡିଏସଏସ ଓ ରୁପାଲୀ ପ୍ରିୟଦର୍ଶନୀ, ଜିଲ୍ଲା ଶିକ୍ଷାଧିକାରୀ ଶୁଭଲଷ୍ମୀ ନାୟକ, କେନ୍ଦ୍ରାପଡ଼ା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ ବିକେ ନାୟକ, ପଟ୍ଟାମୁଣ୍ଡାଇ ସହନିର୍ବାହୀ ଯନ୍ତ୍ରୀ ଇଂ ରଞ୍ଜନ କୁମାର ଲେଙ୍କା, ଡିପିସି ମନୋରଞ୍ଜନ ଦାସ, ଡିଡବ୍ଲ୍ୟୁ ଓ ଜି ସି ମଲିକ, ଡିଏଲଏଫ ଓ ବିଜୟ କେତନ ସାହୁ ଅବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ବ୍ଳକ ସହନିର୍ବାହୀଯନ୍ତ୍ରୀ ରୋଜାଲିନ ମହାଳିକ, ସହକାରୀ ନିର୍ବାହୀଯନ୍ତ୍ରୀ ଜଳଧର ବେହେରା, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତିରଞ୍ଜନ ରଥ, ଗ୍ରାମ୍ୟଉନ୍ନୟନ ବିଭାଗ ସହନିର୍ବାହୀଯନ୍ତ୍ରୀ ଇଂ ବିନୋଦ ଦାସ, ଜଳସମ୍ପଦ ବିଭାଗ ସହସହକାରୀଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ, ପଟ୍ଟାମୁଣ୍ଡାଇ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସୁଦାମ ସାହୁ,ଏସ ଡି ପି ଓ କ୍ଷମା ସାଗର ପଣ୍ଡା ମୁଖ୍ୟ ଚିକିତ୍ସାଧିକାରୀ ଡା ନିରାକାର ପରିଡା, ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ଆଦର୍ଶ ଥାନା ଅଧିକାରୀ ରଂଜିତ କୁମାର ମହାନ୍ତି, ସି ଡି ପି ଓ ମନୋରମା ସ୍ୱାଇଁ, ଅତିରିକ୍ତ ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ସୁରମା ମହାପାତ୍ର, ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ, ବି ଏସ ଏସ ଓ ଅନନ୍ତ ବିଶ୍ୱାଳ ପି ଏଚ ଓ ନୃସିଂହ ଦାସ ପ୍ରମୁଖ ଜିଲ୍ଲା ଓ ବ୍ଳକ ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଏହି ଶିବିରରେ ଆଗତ ୮୨ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଥିଲା । ଶେଷରେ ବ୍ଳକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ଶିବିରକୁ ଜିପିଓ ସୁକାନ୍ତ ନାୟକ, ମୁଖ୍ୟକିରାଣୀ ମାନସ ନନ୍ଦ ଓ କ୍ୟାସିୟର ପ୍ରିୟରଞ୍ଜନ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading