ଏସ ଏସ ଜି ଋଣ ପ୍ରଦାନ ଓ ପରିଶୋଧ ସଚେତନତା ଓ ନିଯୁକ୍ତିପତ୍ର ବଣ୍ଟନ


ପଟ୍ଟାମୁଣ୍ଡାଇ ତା ୭.୭-ମିଶନଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି । ମିଶନଶକ୍ତିର ମହିଳାମାନେ ବିକାଶ ପରିଭାଷା ବଦଳାଇ ପ୍ରକୃତ ସାରଥୀ ହୋଇଛନ୍ତି ବୋଲି ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏସ ଏସ ଜି ଋଣ ପ୍ରଦାନ ଓ ପରିଶୋଧ ସଚେତନତା  ଓ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଭାଷଣ ଦେଇ ବିଧାୟକ ଶ୍ରୀସାହୁ କହିଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ବିଶ୍ୱରେ ରୋଲମଡେଲ ହୋଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ଯୋଗୁଁ ଓଡିଶାର ୭୦ଲକ୍ଷରୁ ଉର୍ଦ୍ଧ ମହିଳା ନେଇ ଗଠିତ ମିଶନଶକ୍ତି ବାସ୍ତବରେ ଏକ ଆନ୍ଦୋଳନରେ ପରିଣତ ହୋଇଛି । ମହିଳାମାନେ ବିକାଶର ସାରଥୀ ହୋଇ ନୂଆ ଓଡିଶା ଗଢିବା ପାଇଁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ମିଶନଶକ୍ତି ମା ମାନଙ୍କ ପାଇଁ ଭଣ୍ଡାର ଖୋଲି ଦେଇ ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ସମ୍ପ୍ରତି ମୋ ପୋଖରୀ ଯୋଜନାରେ ମଧ୍ୟ ସାମିଲ କରିଛନ୍ତି । ଏସ ଏସ ଜି ମାନଙ୍କୁ ଶିଳ୍ପଦ୍ୟୋଗୀ କରିବା ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଇଛନ୍ତି । ୧%ସୁଧରେ ଋଣ ଯୋଗାଇବା ସହିତ ଠିକ ସମୟରେ ପରିଶୋଧ କଲେ ଅଧିକ ଋଣ ସହ ରିହାତି ଓ ପ୍ରୋତ୍ସାହନ ରାଶି ଯୋଗାଇ ଦେଇ ନବୀନ ସରକାର ମହିଳା ସଶକ୍ତିକରଣ ଦିଗରେ ସଫଳ ହୋଇଛନ୍ତି । ମା ମାନଙ୍କ ଆଶୀର୍ବାଦରେ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟନାୟକ ୬ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ପ୍ରକାଶ କରି ମିଶନ ଶକ୍ତି ମା ଭଉଣୀମାନେ ସରକାରୀ ଋଣ ଓ ଅନୁଦାନର ସଦବିନିଯୋଗ କରି ସଶକ୍ତ ହେବା ସହିତ ଅଂଚଳ ବିକାଶରେ ସହାୟକ ହେବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହାର ଭରପୁର ଫାଇଦା ନେବାକୁ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ସିଡିପିଓ ମନୋରମା ସ୍ୱାଇଁ, ସୁପରଭାଇଜର ତୁଳସୀ ଦାସ, ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ଜୀବିକା ମିଶନସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ, ସୁମିତ୍ରା ସାହୁ ଓ ସସ୍ମିତା ରାଉତ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଏଇ ଅବସରରେ ବିଧାୟକ ବିଭିନ୍ନ ପଂଚାୟତର ୧୫ଜଣ ସି ଆର ପି ଓ ୨ଜଣ ଏମ ବି କେଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଶେଷରେ ପ୍ରଭୁ ଧବଳେଶ୍ୱର ବରାଳ ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ପ୍ରଭାତୀ ମହାନ୍ତି ଓ ସୁପ୍ରଭା ଦାସ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading