ପୂର୍ବତନ ବିଧାୟିକା ସରସ୍ୱତୀ ଦେବୀଙ୍କ ୧୦୪ତମ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କର ୧୦୪ତମ ଜୟନ୍ତୀ କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପାଳିତ ହୋଇଯାଇଛି । ସଂଘର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ, ଡ. ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ସୁରେଶ ପଟ୍ଟନାୟକ, ଅକ୍ଷୟ କୁମାର ନାୟକ, ଗୌରାଙ୍ଗ ସାହୁ, ମଧୁସୂଦନ ବାରିକ. ଶ୍ରୀନିବାସ ପରିଡା, ଶ୍ରୀକାନ୍ତ ସାହୁ, ନେତ୍ରାନନ୍ଦ କର, ଅମିୟ ନାୟକ ପ୍ରମୁଖ ଗରାପୁର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ତତ୍କାଳୀନ ସମୟରେ ଗମନାଗମନ ନଥିବା ବିଧାନସଭା କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ପାଇଁ ପୁଷ୍କରିଣୀ ଖନନ କରାଇଥିଲେ । ସଂଗଠନର ସମ୍ପାଦକ କରୁଣାକର ଦାସ ସରସ୍ୱତୀ ଦେବୀଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ତାଙ୍କର ପୁତ୍ର ଡାକ୍ତର ରମାନାଥ ମହାନ୍ତି ସରସ୍ୱତୀ ଦେବୀଙ୍କର ସ୍ୱାଧିନତା ସଂଗ୍ରାମରେ ତାଙ୍କ ମାଆଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସର୍ବଶେଷରେ ଅଧ୍ୟାପକ ଅଜୟ ସାମଲ ସରସ୍ୱତୀ ଦେବୀ ତ୍ୟାଗ ଓ ସାମାଜିକ କାର୍ଯ୍ୟ ପାଇଁ ବର୍ତ୍ତମାନର ରାଜନଗର ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading