ଜାତୀୟ ରିଅଲିଟି ସୋ ରେ ଫିଟ ଅଫ ଡ୍ୟାନ୍ସ ଏକାଡେମୀ ଛାତ୍ରଙ୍କ କମାଲ


ଷ୍ଟାର ପ୍ଲସ ଟି ଭି ଚ୍ୟାନେଲ ଓ ହଟ ଷ୍ଟାର ଟି ଭି ରେ ହେଉଥିବା ଜାତୀୟ ସ୍ତରରେ ଡ୍ୟାନ୍ସ ରିଅଲିଟି ସୋରେ ଭାଗ ନେଇ କମାଲ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଅଗ୍ରଣୀ ଡ୍ୟାନ୍ସ ସ୍କୁଲ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀ ଛାତ୍ର ରାକେଶ ସାହୁ । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ଏକମାତ୍ର ପ୍ରତିଯୋଗୀ ଭାବେ ବିଭିନ୍ନ ରାଜ୍ୟର ୧୨ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଁ ସମଗ୍ର ଓଡିଶା ରାଜ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଓ ପଟ୍ଟାମୁଣ୍ଡାଇ ଅଂଚଳକୁ ଗୌରବାନ୍ୱିତ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଡ୍ୟାନ୍ସ ପ୍ରତିଯୋଗିତାରେ କମାଲ କରିଥିବା ରାଜେଶ ସାହୁ ସାନଜରିଆ ଭଳି ନିପଟ ମଫସଲ ଗାଁରୁ ଆସି ସଫଳତା ସାଉଁଟିବା ଏକ ବ୍ୟତିକ୍ରମ ଓ ବିରଳ ଘଟଣା । ପିତା ସର୍ବେଶ୍ୱର ସାହୁ ଓ ମାତା ଅମିତା ସାହୁଙ୍କ ସୁଯୋଗ୍ୟ ସନ୍ତାନ ଭାବେ ଓଡିଶା ପାଇଁ ଗୌରବ ଆଣିଥିବା ରାକେଶ ବିଗତ ୪ବର୍ଷ ହେବ ଫିଟ ଅଫ ଡ୍ୟାନ୍ସ ଏକାଡେମୀରେ ନୃତ୍ୟ ଶିକ୍ଷା ଲାଭ କରି ବହୁ ଜାତୀୟ ଓ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଷ୍ଟାର ପ୍ଲସ ଟି ଭି ଚ୍ୟାନେଲ ମେଂଟର ପୁନିତ ପାଠକ ଓ ଗ୍ରାଣ୍ଡ ଜଜ୍ ରେମୋ ଡିସୌଜାଙ୍କୁ ନୃତ୍ୟ କମାଲ ଦେଖାଇ ରାକେଶ ସ୍ତବ୍ଧ କରିଦେଇଛନ୍ତି ।

ଏଥି ପାଇଁ ଫିଟ ଅଫ ଡ୍ୟାନ୍ସ ଏକାଡେମୀ ଗୁରୁ ପ୍ରଶାନ୍ତ ପାତ୍ର, ସଭାପତି କୁଞ୍ଜ ବିହାରୀ ତ୍ରିପାଠୀ, ସମ୍ପାଦକ ପ୍ରଦ୍ୟୁମ୍ନ ଗିରିଙ୍କ ସମେତ ରାଜ୍ୟ ଜିଲ୍ଲା ଓ ସ୍ଥାନୀୟ ଅଂଚଳର ବିଭିନ୍ନ ମହଲରୁ ରାକେଶଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ ସହ ଆଶୀର୍ବାଦ ପ୍ରଦାନ କରାଯାଇଛି ।


Next Post

ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ଗାଇଡ଼ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

Tue Jan 9 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ଗାଇଡ଼ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର ଉଦଘାଟନ କରିଥିଲେ । ଏନ ସି ସି, ସ୍କାଉଟ ଗାଇଡ଼ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସ୍କୁଲ ପରିସରରୁ ବାହାରି ବାଇପାସ ପର୍ଯ୍ୟନ୍ତ ଯାଇ ସଡ଼କ ସୁରକ୍ଷା ଉପରେ ଜନସଚେତନତା ସୃଷ୍ଟି […]

You May Like