କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ଗାଇଡ଼ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର ଉଦଘାଟନ କରିଥିଲେ । ଏନ ସି ସି, ସ୍କାଉଟ ଗାଇଡ଼ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସ୍କୁଲ ପରିସରରୁ ବାହାରି ବାଇପାସ ପର୍ଯ୍ୟନ୍ତ ଯାଇ ସଡ଼କ ସୁରକ୍ଷା ଉପରେ ଜନସଚେତନତା ସୃଷ୍ଟି କରିଥିଲେ। ଏହାପରେ ସ୍କୁଲ ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ଓ ସମ୍ପାଦକ ଗୋପୀନାଥ ତ୍ରିପାଠୀ ସମ୍ମାନିତଅତିଥି ଭାବେ ଯୋଗ ଦେଇ ସଡ଼କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଶିକ୍ଷକ ଅଶୋକ ଦାସ, ସସ୍ମିତା ସିଂହ, ଅଞ୍ଜନା ପାତ୍ର, ସ୍ବର୍ଣ୍ଣମୟୀ ନାୟକ,ଅନିତା ଧଳ,ଜ୍ୟୋତିଲଷ୍ମୀ ବେହେରା,ମାନସୀ ମହାନ୍ତି ଓ ତାପସ ବେହେରା ପ୍ରମୁଖ ଭାଷଣ ଦେଇଥିଲେ । ଶେଷରେ ଅନିଲ ଦାସ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶୈଳବାଳା ଆଚାର୍ଯ୍ୟ,ଶ୍ରୀକାନ୍ତ ମଲ୍ଲିକ, ସନ୍ଧ୍ୟାରାଣୀ ପାଣିଗ୍ରାହୀ,ରଶ୍ମିତା ତରାଇ, ସ୍ଥିତପ୍ରଜ୍ଞା ରାଉତ, ତପସ୍ୱିନୀ ମଲ୍ଲିକ, ଗାୟତ୍ରୀ ସାହୁ ଓ ଶିବ ଚରଣ ବାରିକ ପରିଚାଳନା କରିଥିଲେ ।