ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା, ପୁସ୍ତକ ପ୍ରେମରେ କେନ୍ଦ୍ରାପଡାବାସୀ ୬ଜଣଙ୍କୁ ଜିଲ୍ଲା ଗୌରବ ସମ୍ମାନ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ



କେନ୍ଦ୍ରାପଡା ୧୧/୧- ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସାରସ୍ୱତ ଉତ୍ସବ କବିତା ପାଠ ଓ ସମ୍ବର୍ଦ୍ଧନା ପର୍ବ ସାହିତ୍ୟ ସଂସଦରେ ସଭାପତି ଡଃ ବାସୁଦେବ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା ଯୋଗଦାନ କରି କହିଲେ, ସାହିତ୍ୟ ସମାଜର ବାଡି । ତାହା ସମାଜକୁ ଦିଗ୍‌ଦର୍ଶନ ଦେଇ ସାମୂହିକ ହିତସାଧନ କରିଥାଏ । ବିଶିଷ୍ଟ ଲେଖିକା ପ୍ରାଧ୍ୟାପକ କବି ଡ. ବାସନ୍ତି ମହାନ୍ତି ମୁଖ୍ୟବକ୍ତା, ବିଶିଷ୍ଟ କବି ନିରାକାର ଦାସ ବରେଣ୍ୟ ଅତିଥି ଭାବରେ ଯୋଗଦାନ କରି ପୁସ୍ତକମେଳା ଓ ପୁସ୍ତକର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିରେ ଅତିଥିମାନଙ୍କ ପରିଚୟ ପ୍ରଦାନ ରାମକୃଷ୍ଣ ଦାସ କରିଥିବାବେଳେ କରୁଣାକର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ସଂସଦର ସମ୍ପାଦକ ଶୁଭ୍ରାଂଶୁ କୁମାର ଦାସ ପୁସ୍ତକମେଳା ଓ ସାହିତ୍ୟ ସଂସଦର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ପ୍ରଦୀପ କୁମାର ଦାଶ, ନୃସିଂହ ଚରଣ ତ୍ରିପାଠୀ, କାକୁଲି ମଲ୍ଲିକ, ଶ୍ରୀଧର ଭୋଳ, ଶରତ ରାଉତ, ପାର୍ବତୀ ନାୟକ, ଶୁଭଲକ୍ଷ୍ମୀ ପତ୍ରୀ, ଶ୍ରୀଧର ମହାନ୍ତି ପରିଚାଳନା କରିଥିଲେ । ଏହି ଅବସରରେ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସ, କେନ୍ଦ୍ରାପଡା ଜିଲ୍ଲା ଗୌରବ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମଙ୍କୁ ଜିଲ୍ଲା ଶିକ୍ଷା ଗୌରବ, ସମ୍ବାଦ ସାହିତ୍ୟ ଗୌରବ, ଭାସ୍କର ରାଉତରାୟଙ୍କୁ ଜିଲ୍ଲା ସାହିତ୍ୟ ଗୌରବ, ନରହରି ସୂତାରଙ୍କୁ କେନ୍ଦ୍ରାପଡା ଜିଲ୍ଲା ବିଜ୍ଞାନ ଗୌରବ ପୀତବାସ ପଣ୍ଡା, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂଗୀତ ଗୌରବ କଣ୍ଠଶିଳ୍ପୀ ରବିନ୍ଦ୍ର ମିଶ୍ର ସମେତ ୬ଜଣଙ୍କୁ ଉପଢୌକନ, ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆବାହନୀ ସଙ୍ଗୀତ ଗାନ କରିଥିଲେ କଣ୍ଠଶିଳ୍ପୀ ଗୋଲକ ସେଠୀ । ଧନ୍ୟବାଦ ଜ୍ଞାପନ କରିଥିଲେ ପ୍ରେମଲତା ଗିରି । ଏହି ଅବସରରେ ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ କବିତା ପୁସ୍ତକ ନକ୍ଷତ୍ରର ନାମ ସ୍ୱାତୀ ଓ ଡଃ ବାସୁଦେବ ଦାସଙ୍କ ପୁସ୍ତକ ତୁଳସୀକ୍ଷେତ୍ର ପରିଚୟକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ । କୁହାଯାଏ ବହି ହିଁ ମଣିଷର ପ୍ରକୃତ ବନ୍ଧୁ । ଏହାର ଭରପୁର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି ଜାନୁଆରୀ ୬ ତାରିଖଠାରୁ ଆରମ୍ଭ ହୋଇଥିବା ପୁସ୍ତକମେଳାରେ ପାଠକଙ୍କ ସଂପୃକ୍ତି ଓ ବହି କିଣାବିକାର ବିଭିନ୍ନ ବହିର ଚାହିଦା ରହିଛି । ବିଶେଷ କରି କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ପ୍ରାକୃତିକ ପର୍ଯ୍ୟଟନ ଭିତରକନିକା ବିଶେଷଜ୍ଞ ସାଧାରଣ ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିବାର ପରିଲକ୍ଷିତ ହେଉଛି । ଏହି କାର୍ଯ୍ୟଜ୍ରମକୁ ସମ୍ବିତ୍ ଶ୍ରୀଚନ୍ଦନ, ପ୍ରଦ୍ୟୁମ୍ନ ବେହୁରା, ପ୍ରତାପ ସ୍ୱାଇଁ, ଭବାନୀ ଓଝା, ମିର୍ ମୁର୍‌ସିଦ୍‌, ସନ୍ଦିପ ସାହୁ, ମୃତ୍ୟୁଞ୍ଜୟ ପରିଡା, ଶେଷଦେବ ଦାସ, ମନୋଜ କୁମାର ମହାନ୍ତି,ଶାନ୍ତନୁ ମଲ୍ଲିକ, ଧର୍ମଦର୍ଶୀ କର, ସରୋଜକାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ପଟ୍ଟାମୁଣ୍ଡାଇରେ ପୂର୍ବତନ ସାଂସଦ ସୁଶ୍ରୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

Fri Jan 12 , 2024
ଆଳି ରାଜା ସାହେବ ପୂର୍ବତନମନ୍ତ୍ରୀ ସ୍ୱର୍ଗତ ଶରତ କୁମାର ଦେବଙ୍କ ଧର୍ମପତ୍ନୀ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମାତା ପୂର୍ବତନ ସାଂସଦ ଓ ବିଧାୟିକା ରାଜମାତା ସୁଶ୍ରୀ ଦେବୀଙ୍କ ମର ଶରୀର କଟକରୁ ଶୋଭାଯାତ୍ରାରେ ବାହାରି ଆଳି ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକ ଠାରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌରଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ପୁର୍ବତନ ବ୍ଲକ […]

KANIKA