ନାବାଳିକାକୁ ଅପହରଣ ମାମଲାରେ ଅଭିଯୁକ୍ତଙ୍କୁ ୩ବର୍ଷ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନା


କେନ୍ଦ୍ରାପଡ଼ା, ୧୯ା୧: ଜଣେ ନାବାଳିକା ଅପହରଣ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।  କେନ୍ଦ୍ରାପଡା ଫାଷ୍ଟ୍ରାକ୍ଟ ପୋସ୍କୋ କୋଟର ବିଚାରପତି ତ୍ରିବିକ୍ରମ କେଶରୀ କିନାରା ସାକ୍ଷୀ ଏବଂ ପ୍ରମାଣ ଆଧାରରେ ଅଭିଯୁକ୍ତ ଜିତୁରଞ୍ଜନ ପ୍ରଧାନଙ୍କୁ କୁ ଦୋଷୀ ସାବ୍ୟସ୍ତ କରି ତିନିବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ ୨୦୨୧ ମସିହା ନଭେମ୍ବର ୧୨ ତାରିଖରେ ମାର୍ଶାଘାଇ ଥାନା ଅନ୍ତର୍ଗତ ୯ମ ଶ୍ରେଣୀର ଜଣେ ନାବାଳିକା ସକାଳ ୭ଟା ସମୟରେ ଘରୁ ଟିଉସନ୍ ହେବା ପାଇଁ ବାହାରି ଆସିଥିଲା । ଠିକ୍ ସମୟରେ ନାବାଳିକା ଘରକୁ ଫେରିଲା ନାହିଁ । ତାହାର ବାପା ମାଆ ବହୁତ ଖୋଜାଖୋଜି କରିବା ପରେ ମାର୍ଶାଘାଇ ଥାନାରେ ସେହିଦିନ ଅଭିଯୋଗ କରିଥିଲେ । ମାର୍ଶାଘାଇ ଥାନା ପୋଲିସ ସେହିଦିନ ୪୨୮/୨୦୨୧ରେ ଭାରତୀୟ ପିଙ୍ଗଳ କୋର୍ଟ- ୩୬୩ ଆଇ.ପି.ସି.ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଘଟଣାର ତିନିଦିନ ପରେ ମାର୍ଶାଘାଇ ଥାନା ପୋଲିସ ଭଦ୍ରକରୁ ନାବାଳିକାକୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ମାର୍ଶାଘାଇ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମର ଅଭିରାମ ପ୍ରଧାନଙ୍କ ପୁଅ ଜିତୁରଞ୍ଜନ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାର୍ଶାଘାଇ ଥାନା ପୋଲିସ ଆସାମୀ ବିରୁଦ୍ଧରେ ବିଭିନ୍ନ ଦଫାରେ ଚାର୍ଜସିଟ୍ ଦେଇଥିଲା । କେନ୍ଦ୍ରାପଡାର ଫାଷ୍ଟ୍ରାକ୍ଟ ପୋସ୍କୋ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ କିନାରା ଆସାମୀକୁ ଦୋଷୀ ସାବ୍ୟସ୍ତ କରି ୩୬୩ ଦଫାରେ ତିନିବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା ଆଦାୟ ଓ ଟଙ୍କା ଅନାଦେୟ ହେଲେ ଆଉ ୬ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ଆଦେଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଆଇନଜୀବୀ ମନୋଜ କୁମାର ସାହୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading