ନୂଆ ଓ ଫେଷ୍ଟ ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା, ୨୦ା୧: ଚଳିତମାସ ୨୮ ତାରିଖରେ ବାରୋ ପଡ଼ିଆରେ ଜିଲ୍ଲାସ୍ତରୀୟ “ନୂଆ ଓ’- ଯୁବ ଓଡ଼ିଶା ନବୀନ ଓଡ଼ିଶା” ଫେଷ୍ଟ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଜିଲ୍ଲାର ୮୨ଟି କଲେଜରୁ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେବେ । ପ୍ରତ୍ୟେକ କଲେଜ ସାମସ୍ ପୋର୍ଟାଲ୍‌ରେ ଛାତ୍ରଛାତ୍ରୀମାନଙ୍କ ନାମକୁ ପଞ୍ଜିକୃତ କରାଇବେ । ଉତ୍ସବସ୍ଥଳରେ ଛାତ୍ରଛାତ୍ରୀମାନେ ନିଜ ନିଜର ନାମକୁ ସକାଳ ୮ଘଟିକାଠାରୁ ୯.୩୦ ମିନିଟ୍ ମଧ୍ୟରେ ପଞ୍ଜିକରଣ କରାଇ ପାରିବେ କିମ୍ବା ପ୍ରତ୍ୟେକ କଲେଜ୍‌କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଆଟେଣ୍ଡାନ୍ସ ସିଟ୍‌ରେ ମଧ୍ୟ ଦସ୍ତଖତ କରାଇ ନିଜର ନାମକୁ ପଞ୍ଜିକୃତ କରାଇପାରିବେ । ପ୍ରତ୍ୟେକ କଲେଜ୍‌ର ଅଧ୍ୟକ୍ଷମାନେ ନିଜନିଜର ପଞ୍ଜିିକୃତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଆଇ-କାର୍ଡ଼ ଏବଂ ଟି-ସାର୍ଟ ପ୍ରଦାନ କରିବେ । ଆଇକାର୍ଡ଼ ଓ ଟି ସାର୍ଟ ବିନା କୌଣସି ଛାତ୍ରଛାତ୍ରୀ ଉତ୍ସବସ୍ଥଳକୁ ପ୍ରବେଶ କରିପାରିବେ ନାହିଁ । କଲେଜ୍‌ର ଛାତ୍ରଛାତ୍ରୀମାନଙ୍କୁ ନେବାଆଣିବା ପାଇଁ ବସ୍‌ର ବ୍ୟବସ୍ଥା କରିବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ପ୍ରତ୍ୟେକ ବସ୍‌ରେ ସଂପୃକ୍ତ କଲେଜ୍‌ର ଜଣେ ଅଧ୍ୟାପକ ଏବଂ ସଂପୃକ୍ତ ବ୍ଲକ୍‌ର ପଦାଧିକାରୀଙ୍କୁ ନୋଡାଲ ଅଫିସର୍‌ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ନୂଆ ଓ’ ଫେଷ୍ଟ ସକାଳ ୯ଘଟିକାରୁ ଅପରାହ୍ଣ ୩.୩୦ ପର୍ଯ୍ୟନ୍ତ ଚାଲୁରହିବ । ଜିଲ୍ଲାସ୍ତରୀୟ ସାଂସ୍କୃତିକ ଏବଂ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଯୁବଶକ୍ତିଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯିବ । ଯୁବଶକ୍ତି ନିଜନିଜର ଅନ୍ତର୍ନିହିତ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏକ ବିଶେଷ ସୁଯୋଗ ପାଇବେ । ଉତ୍ସବସ୍ଥଳରେ ରେଜିଷ୍ଟ୍ରସନଠାରୁ ଆରମ୍ଭ କରି ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ ନିମନ୍ତେ ଭିନ୍ନଭିନ୍ନ କମିଟି ଗଠନ କରାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ସିଡିଏମ୍‌ଓ ଡା. ଅନୀତା ପଟ୍ଟନାୟକ, ଆର୍‌ଟିଓ ଧୀରେନ୍ଦ୍ର କୁମାର ନାୟକ, ସମସ୍ତ ବ୍ଲକ୍‌ର ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ କଲେଜ୍‌ର ନୋଡାଲ ଅଧ୍ୟକ୍ଷ, ଲାଇନ୍ ଡିପାର୍ଟମେଂଟ୍‌ର ପଦାଧିକାରୀ ପ୍ରମୁଖ ଯୋଗଦେଇ ବିଭିନ୍ନ ଗଠନମୁଳକ ପ୍ରସ୍ତାବ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading