
କେନ୍ଦ୍ରାପଡ଼ା ଜିଲ୍ଲା ଦଳିତ ଜାତିସଂଘ ସଭାପତି ବରିଷ୍ଠ ଦଳିତନେତା ସବ୍ୟସାଚି ମଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଦଳିତ ନେତା ବାରେଣୀ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟଅତିଥି, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା ମୁଖ୍ୟବକ୍ତା,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ,କୈଳାଶ ମହାନ୍ତି, ଶାରଦା ପ୍ରସାଦ ରାଉତ,ଶିକ୍ଷାବିତ ପ୍ରଫୁଲ୍ଲ ଦାଶ, ବରିଷ୍ଠ କଂଗ୍ରେସ ନେତା ରମା କାନ୍ତ ଦାଶ,କାଉନସିଲର ସୁବାଷ ମଲିକ ଓ ମଳୟ ଓଝା,ପାରେଶ୍ୱର ବିଶ୍ୱାଳ,ଜିଲ୍ଲା କଂଗ୍ରେସ ଦଳିତ ସେଲ ସଭାପତି ସର୍ବେଶ୍ୱର ସେଠୀ, ସମ୍ପାଦକ କୂଳମଣି ମଲିକ ,ଜିଲ୍ଲା ବିଜେଡି ଦଳିତ ସେଲ ସଭାପତି ଦଶରଥ ମଲିକ, ବିଜେପି ନେତା ମାଧବାନନ୍ଦ ମଲିକ,ଉତ୍ତମ ମଲିକ ପ୍ରମିଳା ସେଠୀ, ଅନିରୁଦ୍ଧ ସେଠୀ,ଖଗେଶ୍ୱର ମଲିକ, ଦିଲ୍ଲୀପ ମଲିକ, ବ୍ରଜ ବିହାରୀ ମଲିକ, ବିଷ୍ଣୁ ମଲିକ,ରଂଜିତ ମଲିକ, ବସନ୍ତ ମଲିକ,ଶେଷଦେବ ମଲିକ,ପ୍ରତିମା ମଲିକ ଓ କବିତା ମଲିକ ଭାଷଣ ଦେଇ ଦିବଂଗତ ସବ୍ୟସାଚି ମଲିକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଅନିରୁଦ୍ଧ ମଲିକ ଧନ୍ୟବାଦ ଦେଇଥିଲେ ।











