କଂସାର ସାହସପୁର ନୋଡାଲ ହାଇସ୍କୁଲରେ ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ


କେନ୍ଦ୍ରାପଡ଼ା,୨୦ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ହାଇସ୍କୁଲରେ ଭାଷା,ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରବୀନ୍ଦ୍ର ପଣ୍ଡା ମୁଖ୍ୟଅତିଥି, ମୂରଲୀଧି ପାତ୍ର ମୁଖ୍ୟବକ୍ତା, ଶିକ୍ଷକ ଦିଲ୍ଲିପ କୁମାର ଦାସ, ଶିକ୍ଷୟିତ୍ରୀ କୈାଶଲ୍ୟା ନାୟକ, ନିରଞ୍ଜନ ପରିଡା ଓ ସ୍କୁଲ ପରିଚାଳନା ସମିତି ସଭାପତି ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସାହିତ୍ୟ ସୃଜନୀ କ୍ଲବର ମେଣ୍ଟର ଭାବେ ପୂର୍ଣ୍ଣୀମା ପ୍ରିୟଦର୍ଶିନୀ ଚୈାଧୁରୀ, ରଶ୍ମୀତା ଦାସ, ଜୟନ୍ତୀ ବେହେରା ଓ ସରିତା ସାହାଣୀ, କୈାଶଳୀ କ୍ଲବର ମେଣ୍ଟର ଭାବେ ରଞ୍ଜନ କୁମାର ଦାସ, କ୍ରୀଡାଙ୍ଗନା କ୍ଲବର ମେଣ୍ଟର ଭାବେ ମନୋଜ କୁମାର ସାହୁ, ଜିଜ୍ଞାସା କ୍ଲବର ମେଣ୍ଟର ଭାବେ ଭକ୍ତିଲତା ମହାରଣା କାର୍ଯ୍ୟନିର୍ବାହ କରିଥିଲେ । ଏହି ଅବସରରେ ୪ଟି କ୍ଲବର ବୋର୍ଡ ଉଦଘାଟନ ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ମୋ କଥା ମୋ କାହାଣୀପୁସ୍ତକର ଉନ୍ମୋଚନ କରାଯିବା ପରେ ଗଳ୍ପ ପଠନ, କବିତା ଆବୃତ୍ତି, ବିଜ୍ଞାନ ପ୍ରକଳ୍ପର ପ୍ରଦର୍ଶନ ପରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରେବତୀ ନାଟକ ପରିବେଷଣ କରାଯାଇଥିଲା । ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ ଅଗ୍ନିଶିଖାର ପରିବେଷଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଇଥିଲା ।


Next Post

ପ୍ରେସକ୍ରିପସନ ବିନା ଆଣ୍ଟିବାୟୋଟିକ ବିକ୍ରି କରି ଧରା ପଡ଼ିଲେ ରଦ୍ଦ ହେବ ଲାଇସେନ୍ସ

Sat Jan 20 , 2024
ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଆଣ୍ଟିବାୟୋଟିକ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡ଼ଲାଇନ୍‌ ଆଣିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍‌ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍‌ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବାକୁ […]

You May Like