କଟକର ଇଣ୍ଡିପେଣ୍ଡେନ୍ସ କ୍ଲବ ବି.ଏନ. ଏଫ. ସି. ମୁମ୍ବାଇକୁ ୨-୦ଗୋଲରେ ହରାଇଲା


ଚତୁର୍ଥ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

 

କେନ୍ଦ୍ରାପଡ଼ା,୨୮ା୧ : ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟଚ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚକୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମ ଥର ପାଇଁ କେନ୍ଦ୍ରାପଡାରେ ଅନୁଷ୍ଠିତ ଏହି ଜାତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ କଟକର ଇଣ୍ଡିପେଣ୍ଡେନ୍ସ କ୍ଲବ ଓ ବି.ଏନ. ଏଫ. ସି. ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିପେଣ୍ଡେନ୍ସ କ୍ଲବ ବି.ଏନ. ଏଫ. ସି. ମୁମ୍ବାଇକୁ ୨-୦ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଇଣ୍ଡିିପେଣ୍ଡେନ୍ସ କ୍ଲବର ଖେଳାଳୀ ମହମ୍ମଦ ଇମତିଆଜ୍ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଇଣ୍ଡିିପେଣ୍ଡେନ୍ସ କ୍ଲବ ବିଡାନାସୀ କ୍ଲବ ସହିତ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବ । ଏହି ମ୍ୟାଚକୁ ସେକ୍ ମୋକିମ୍‌, ଲକ୍ଷ୍ମଣ ସୋରେନ୍‌, ସନ୍ଦୀପ ଦାସ, ଯୋଗି ପଳୟ ପ୍ରମୁଖ ରେଫରୀ ଭାବରେ ପରିଚାଳନା କରିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟନ ଦଳକୁ ୨୧ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ଓ ରନର୍ସଅପ ଦଳକୁ ୧୬ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ(ମତୁ), ଉପସଭାପତି ସେକ ସଫାତୁଲ୍ଲା, ସମିଉଲ୍ଲା ଖାନ(ଜୁମା), ଅକିଲ ଅହେମ୍ମଦ, ସେକ ଫରିଦୁଦ୍ଦିନ, ସେକ ବୁରାନ ଅଲ୍ଲୀ, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ସମ୍ପାଦକ ମୀର ଜରାର୍‌, ଆୟାଜ୍ ମହମ୍ମଦ, ମୀର ୟାସିର, ମୀର ସଲିମ, କଲିମ ଖାନ, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଦିନ ଏବଂ ଉପଦେଷ୍ଟାମଣ୍ଡଳୀର ସଦସ୍ୟ, ସୟଦ ଅକମଲ ଅଲ୍ଲୀ,ସୟଦ ଅବଦୁଲ ସତ୍ତାର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୀର ଆବୁ ଓବେଦା, ମୀର ବକାଉଲ୍ଲା, ମୀର ଫାରୁକ, ମହମ୍ମଦ ଲିଆକତ ଅଲ୍ଲୀ, ସେକ ହାଇଦର ଅଲ୍ଲୀ, ସୟଦ ଏହେସାନ ଅଲ୍ଲୀ, ମୀର ଆବୁସମା, ଜାହିଦ ଖାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଫୁଟବଲ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ମୂଳବସନ୍ତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

Mon Jan 29 , 2024
ଶିଶୁମାନେ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ ପଟ୍ଟାମୁଣ୍ଡାଇ ତା୨୮.୧- ଶିଶୁମାନେ ଦେଶର ଆଗାମୀ ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରି ଭଲ ମଣିଷ ତିଆରି କରିବା ସହିତ ଏକ ସୁଦୃଢ, ବିକଶିତ ରାଜ୍ୟ ଓ ଦେଶ ଗଠନରେ ସହାୟକ ହେବାକୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୂଳବସନ୍ତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୨ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ […]

You May Like