ନୂଆ ବସଷ୍ଟାଣ୍ଡ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗିବାକୁ ନୋଟିସ,ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା


କେନ୍ଦ୍ରାପଡ଼ା ୧୧ା୭: କେନ୍ଦ୍ରାପଡା ସହରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ପୁରୁଣା ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଓ ନୂଆ ବସଷ୍ଟାଣ୍ଡର ନବୀକରଣ ପାଇଁ ଦୋକାନ ଘର ଉଚ୍ଛେଦ କରାଯିବା ପାଇଁ ପୌର ପ୍ରଶାସନ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କରିଛନ୍ତି । ସୋମବାର ପୁରୁଣା ବସଷ୍ଟାଣ୍ଡ ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିବା ବେଳେ ମଙ୍ଗଳବାର ନୂଆ ବସଷ୍ଟାଣ୍ଡ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଛି । କେନ୍ଦ୍ରାପଡା ପୌର କାର୍ଯ୍ୟାଳୟ ଚିଠି ନମ୍ବର ୩୯୯୯/ତା ୧୧-୦୭-୨୩ରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସ୍ୱାକ୍ଷର ଥିବା ନୋଟିସ ଆଜି ବ୍ୟବସାୟୀମାନଙ୍କୁ ଦିଆଯାଇଛି । ଏହି ନୋଟିସରେ ୧୨-୭-୨୩ତାରିଖ ମଧ୍ୟରେ ବ୍ୟବସାୟ କରାଯାଉଥିବା ସ୍ଥାନକୁ ଖାଲି କରି ପୌରପାଳିକାକୁ ହସ୍ତାନ୍ତର କରନ୍ତୁ ଓ ଉକ୍ତ ଜନହିତକର କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ଦର୍ଶାଯାଇଛି । ଅନ୍ୟଥା ଆବଶ୍ୟକ ସ୍ଥଳେ ଉଚ୍ଛେଦ କରାଯିବା ସହିତ ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଚେତାବନୀ ଦିଆଯାଇଛି । ଆଜି ଏହି ନୋଟିସ ପାଇବା ପରେ ଏହି ବ୍ୟବସାୟୀମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି । ନୋଟିସ ଦେବାର ଏକ ଦିନ ମଧ୍ୟରେ ବ୍ୟବସାୟ ପ୍ରତିଷ୍ଠାନ ଖାଲି କରିବା କେତେଦୁର ଠିକ ବୋଲି ବ୍ୟବସାୟୀମାନେ କହିଛନ୍ତି । ଏ ସମ୍ପର୍କରେ ବୁଧବାର ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଉକ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ରାଧା ଗୋବିନ୍ଦଜୀୟୁ ମନ୍ଦିର ଜମି ଉପରେ ନିର୍ମାଣ କରାଯାଇଛି । ଜନସ୍ୱାର୍ଥ ପାଇଁ ଏହାକୁ ନୟୋଜିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲା । ତେବେ ଗୋଟିଏ ଦିନ ମଧ୍ୟରେ ଦୋକାନ ଖାଲି କରିବାକୁ ନେଇ ବ୍ୟବସାୟୀମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି ।


Discover more from

Subscribe now to keep reading and get access to the full archive.

Continue reading