କେନ୍ଦ୍ରାପଡ଼ା,୨୯ା୧ : ସହର ଉପକଣ୍ଠ ଉଦୟନଗରସ୍ଥିତ ସଂସ୍କୃତି ଭବନରେ ଟି.ଏସ. ଗୁରୁକୁଳର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଉଦଘାଟକ ଭାବେ ଡ. ସୁଧାକର କର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଯୋଗ ଦେଇଥିଲେ । ପ୍ରଥମେ ସଂକୀର୍ତ୍ତର୍ନ କରାଯିବା ପରେ ବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ଅତିଥିମାନେ ଅଭିଭାଷଣ ପ୍ରଦାନ କରିବା ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୁଇଜଣ ବିଶିଷ୍ଠ କାଳାକାର ବ୍ରଜ ସିଂ ଓ ମଧୁସ୍ମିତା ମାହାନ୍ତି ଯୋଗଦେଇ ଅନୁଷ୍ଠାନର ପିଲାମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ତାଙ୍କର କଳା ଚାତୁରୀରେ ଉପସ୍ଥିତ ଦର୍ଶନମାନଙ୍କର ମନମୁଗ୍ଧ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ ବିଶେଷ ଅତିଥି ରୂପେ ପଣ୍ଡିତ ହୃଷିକେଶ ରଥ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାମଲ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ପାଲା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୨ଟି ନାଟକ ଓ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସହକାରୀ କର୍ମଚାରୀ ଲିପିଶ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁଙ୍କୁ ଶ୍ରେଷ୍ଠ ବିବେଚିତ କର୍ମଚାରୀ ଭାବେ ପୁରସ୍କୃତ କରାଯାଇଥିଲା । ଶୁଭସ୍ମିତା ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାକୁ ସୁଚାରୁରୂପେ ପରିଚାଳନା କରିବାରେ ଅପର୍ଣ୍ଣା ତ୍ରିପାଠୀ, ସୁଜାତା ଦାସ, ଜୟପ୍ରଦା ମିଶ୍ର, ପଦ୍ମଲୋଚନ ଜେନା, ପ୍ରଦୀପ ଓଝାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଧେଶକ ପ୍ରହ୍ଲାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
kanikanews.in
Next Post
୧୯୮୭ ବ୍ୟାଚ ବଳଦେବ ହାଇସ୍କୁଲ ଛାତ୍ରଙ୍କ ବନ୍ଧୁମିଳନ
Mon Jan 29 , 2024
କେନ୍ଦ୍ରାପଡ଼ା, ୨୯/୧: ସମୟ ସ୍ରୋତରେ ବର୍ତ୍ତମାନ ଅତୀତ ହୋଇଯାଏ ସତ ମାତ୍ର ସେହି ଅତୀତ ପୁଣି ସ୍ମୃତିକୁ ଉଜ୍ଜିବୀତ କରି ଚେଇଁ ଉଠିଥାଏ ବନ୍ଧୁମିଳନର ରୂପରେ । କେନ୍ଦ୍ରାପଡାସ୍ଥିତ ବଳଦେବ ହାଇସ୍କୁଲର ୧୯୮୭ ବ୍ୟାଚ ଛାତ୍ରଛାତ୍ରୀମାନେ ନିଜର ପୁରୁଣା ସ୍ମୃତିକୁ ଓ ପୁରୁଣା ଦିନର ଶୈକ୍ଷିକ ଅନୁଭୂତିକୁ ସାଉଁଟିବା ପାଇଁ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଅନୁଷ୍ଠିତ ଏହି ବନ୍ଧିମିଳନରେ ଉକ୍ତ ସ୍କୁଲର […]

You May Like
- 7 months ago
ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜନଗର ବିଜେଡିରୁ ୨ ନିଲମ୍ବିତ
- 6 months ago
ନିମପୁର ଶାସନ ହାଇସ୍କୁଲ ବାର୍ଷିକ ଉତ୍ସବ
- 1 year ago
୧୯୮୭ ବ୍ୟାଚ ବଳଦେବ ହାଇସ୍କୁଲ ଛାତ୍ରଙ୍କ ବନ୍ଧୁମିଳନ
- 2 years ago
ନୋଟିସ ଦେବାକୁ ଆସି ହଟହଟା ପୋଲିସ
- 1 year ago
ପହଣ୍ଡି ବିଜେବେଳେ ରଥରୁ ଝୁଙ୍କି ପଡ଼ିଲେ ବଡ଼ ଠାକୁର