ପୁନର୍ବାସ ପକ୍ଷରୁ ମୋଟର ଚାଳିତ ନିଉମୋସନ୍ ହୁଇଲ୍ ଚେୟାର୍ ପ୍ରଦାନ


କେନ୍ଦ୍ରାପଡ଼ା, ୩୧ା୧: ଭିନ୍ନକ୍ଷମମାନଙ୍କ ଜୀବନକୁ ଅଧିକ ସହଜ ଓ ସୁଗମ କରିବା ନିମନ୍ତେ ଆକ୍ଟିଭ୍ ହୁଇଲ୍ ଚେୟାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ପାରାପ୍ଲେଜିକ୍‌ମାନଙ୍କୁ ଏହା ସାମାଜିକ ଓ ଅର୍ଥନୈତିକ ଅନ୍ତର୍ଭୁକ୍ତିରେ ସାମିଲ କରିବାରେ ସହାୟକ ହୋଇଥାଏ । କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି ମାଦ୍ରାସ ଆଇଆଇଟି ଦ୍ୱାରା ବିକଶିତ ଏକ ଆକ୍ଟିଭ୍ ନିଉମୋସନ ହୁଇଲ୍ ଚେୟାର ନିକିରାଇ, ମଠସାହିର ଭିନ୍ନକ୍ଷମ ପର୍ଶୁରାମ ସାହୁଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ପ୍ରଦାନ କରାଯାଇଛି । ସ୍ୱର୍ଗତଃ ଭିନ୍ନକ୍ଷମ ଯୁବ ଉଦ୍ୟୋଗୀ ଧନଞ୍ଜୟ ସାହୁଙ୍କ ସ୍ମୃତିରେ ସ୍ଥାନୀୟ ପୁନର୍ବାସ ପରିସରରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି, ବିଶିଷ୍ଟ ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ଅମିତାଭ ଚୌଧୁରୀ ଓ ଭାଗ୍ୟଲକ୍ଷ୍ମୀ ସାହୁ ଦିବଂଗତ ଧନଞ୍ଜୟ ସାହୁଙ୍କ ପତ୍ନୀ ଉକ୍ତ ମୋଟର ଚାଳିତ ହୁଇଲ୍ ଚେୟାରକୁ ପ୍ରଦାନ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଭିନ୍ନକ୍ଷମ ପର୍ଶୁରାମ ସାହୁ ଦୀର୍ଘ ପାଞ୍ଚବର୍ଷ ଧରି ଶାରୀରିକ ଅକ୍ଷମ ଥିବା ସତ୍ତ୍ୱେ ହୁଇଲ୍ ଚେୟାରରେ ଏକ ଦୋକାନ ପରିଚାଳନା କରି ଆସୁଛନ୍ତି । ଏହି ଆକ୍ଟିଭ୍ ହୁଇଲ୍ ଚେୟାରରେ ତାଙ୍କୁ ବ୍ୟବସାୟ କ୍ଷେତ୍ରରେ ତାଙ୍କୁ ଅଧିକ ଆଗକୁ ଅଗ୍ରସର କରାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ । ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଂଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଲକ୍ଷ୍ମୀନାରାୟଣ ଅଧିକାରୀ, ବଂଶୀଧର ମହାନ୍ତି, ମହମ୍ମଦ ଯାହିଦ୍ ଖାନ୍‌, କାଉନସିଲର ସଂଜୀବ କୁମାର ଜେନା, ଅମ୍ରିତ୍ ସାହାଦଦ୍‌, କ୍ଷୀରୋଦ କର, ରଞ୍ଜନ କୁମାର ସ୍ୱାଇଁ, ମନୋଜ କୁମାର ମହାନ୍ତି, ଫିଜିଓଥେରାଫିଷ୍ଟ ରଚିତା ଜେନା, ଶେଷଦେବ ପ୍ରସାଦ ଦାସ, ଦୀପକ କୁମାର ସାହୁ ଯୋଗ ଦେଇଥିଲେ


Discover more from

Subscribe now to keep reading and get access to the full archive.

Continue reading