ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲ ବାର୍ଷିକ ଉତ୍ସବ : ଉତ୍ତମ ଶିକ୍ଷା ସଫଳତା ଓ ପରିବର୍ତନର ମାର୍ଗଦର୍ଶନ କରିଥାଏ



ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଦୁନିଆରେ ଉତ୍ତମ ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ସବୁକ୍ଷେତ୍ରରେ ସଫଳ କରିବା ସହିତ ସାମାଜିକ ପରିବର୍ତନ ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ପଟ୍ଟାମୁଣ୍ଡାଇ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲର ୧୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ଅତିଥିମାନେ ପ୍ରକାଶ କରିଛନ୍ତି । ସ୍କୁଲ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରାକ୍ତନ ଡି ଏସ ଇ ନିର୍ଦେଶକ ଡ଼ ପ୍ରୀତିପ୍ରତିଭା ଭୋଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ଶିକ୍ଷା ବ୍ୟବସ୍ଥା ଆହ୍ୱାନର ସମ୍ମୁଖୀନ ହୋଇଥିବାରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଢିବା କାଠିକର ପାଠ । ସମୟର ପ୍ରଭାବରେ ବହୁ ମେଧାବୀ ଛାତ୍ରଛାତ୍ରୀ ଦିଗଭ୍ରଷ୍ଟ ହେବା ଦେଖାଯାଉଛି । ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉତ୍ତମ ଛାତ୍ରଛାତ୍ରୀ ତିଆରି କରିବାରେ ସଫଳ ହୋଇଥିବାରୁ କର୍ମକର୍ତାମାନଙ୍କୁ ପ୍ରଶଂସା କରିଥିଲେ । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଡ଼ ପ୍ରମୋଦିନୀ ଜେନା ସିନିୟର ଫେଲୋ ଅଣ୍ଡର ସିସିଆରଟି ନୂଆଦିଲ୍ଲୀ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟତ୍ରୀ ରିଙ୍କେଶ୍ୱରୀ ଦାସ,ପ୍ରିୟଙ୍କା ସୂତାର ଓ ବନଜାବାସିନୀ ପରିଡା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସୁଶ୍ରୀ ବନିମୟୀ ଜେନା ସ୍ୱାଗତଭାଷଣ ଓ ଲିପିକା ଖୁଣ୍ଟିଆ ବେହେରା ଅତିଥିପରିଚୟ ପ୍ରଦାନ କରିଥିଲେ । ସ୍କୁଲ ଅଧକ୍ଷ ପ୍ରତାପ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସାଂସ୍କୃତିକ ବିବରଣୀ ମୋନାଲିସା ରାୟ ପାଠ କରିଥିବାବେଳେ ତମ୍ମନା ଜେନା ବିଦ୍ୟାର୍ଥୀ ବିବରଣୀ ପାଠ କରିଥିଲେ । ଏଇ ଅବସରରେ ଶିକ୍ଷୟତ୍ରୀ କାମିନୀ ମହାନ୍ତି, ଜ୍ୟୋତ୍ସ୍ନା ରାଣୀ ନାୟକ, ତପସ୍ୱିନୀ ପ୍ରଧାନ, ରାକେଶ ସୂତାର, ଗୌରବ ବେହେରା ବୀର ସେନ ଜେନା, ମହେନ୍ଦ୍ର ଭୂୟାଁ ସୌମ୍ୟ ରଞ୍ଜନ ପଣ୍ଡା, ପ୍ରବୀର ବାରିକ, ଭକ୍ତ ରଞ୍ଜନ ମହାନ୍ତି, ବିଷ୍ଣୁପ୍ରିୟା ମହାରଣା, ସୁମନଶ୍ରୀୟା ନାୟକ, ସୋନାଲିସା ପରିଡାଙ୍କ ପରିଚାଳନାରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କ ନାମ ଉପାଧ୍ୟକ୍ଷା ନମିତା ସୂତାର ପାଠ କରିବା ପରେ ୯୩ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷୟତ୍ରୀ ଦୀପ୍ତି ମୟୀ ବେହେରା ମାନପତ୍ର ପାଠ କରିଥିଲେ ।  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ମହିଳା ଭାବେ ୭ ଜଣ ମହିଳାଙ୍କୁ ସ୍କୁଲ ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁଚିତ୍ରା ସାହୁ ସମ୍ମାନିତ କରିଥିଲେ । ଶେଷରେ ଅନିରୁଦ୍ଧ ଜେନା ଧନ୍ୟବାଦ ଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ମଧୁସ୍ମିତା ଗିରି, ପଦ୍ମିନୀ ଆଚାର୍ଯ୍ୟ, ଭକ୍ତରଞ୍ଜନ ମହାନ୍ତି, ଅମିତ ପାତ୍ର,ବିଷ୍ଣୁପ୍ରିୟା ମହାରଣା, ପାର୍ବତୀ ବାରିକ ,ଆଶାଲତା ମଲ୍ଲିକ, ଅରୁନ୍ଧତୀ ଦାସ,ନିକିତାଷା ଖଣ୍ଡାଇ, ଅନୁରକ୍ତା ଦାସ,ହିମାଂଶୁ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏହି ଉତ୍ସବରେ ସ୍କୁଲ ଟ୍ରଷ୍ଟି ସଞ୍ଜୟ ନାୟକ, ପ୍ରଫୁଲ୍ଲ ପାତ୍ର, ସୌମେନ୍ଦ୍ର ଜେନା ଓ ରବି ନାରାୟଣ ଭଟ୍ଟ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଲୋକପ୍ରତିନିଧି, ବୁଦ୍ଧିଜୀବୀ ଓ ଅଭିଭାବକ ଓ ଅଭିଭାବିକାମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading