ଫେବୃୟାରୀ ୧୬ କୃଷକ-ଶ୍ରମିକ ଦେଶବ୍ୟାପୀ ଧର୍ମଘଟକୁ ସିପିଆଇ(ଏମ) ସମର୍ଥନ କରିବ


କେନ୍ଦ୍ରାପଡ଼ା,୧୩ା୨: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୯ବର୍ଷ ମଧ୍ୟରେ ଲଗାତାର ଭାବେ ଶ୍ରମିକ-କୃଷକ ମାରଣ ନୀତି ନେବା ସହିତ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଅର୍ଥ ବିନିଯୋଗ କମାଇବାର ଲାଗିଛି ।ଅନ୍ୟ ପକ୍ଷରେ ଦରଦାମ ଆଶାତୀତ ବୃଦ୍ଧି ହେବା ସାଙ୍ଗକୁ ଟିକସ ବୃଦ୍ଧି କରୁଥିଲା ବେଳେ କର୍ପୋରେଟ କ୍ଷେତ୍ରକୁ ଟିକସ କମାଇବା ସହିତ ଋଣ ଛାଡ କରାଯାଇଛି ।ବେକାରୀ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।ମୋଦୀ ସରକାର ଭୋଟ ଜିତିବା ପାଇଁ ଧର୍ମୀୟ ଧ୍ରୁବିକରଣ କରୁଛି ।ଏସବୁ ବିରୁଦ୍ଧରେ ଶ୍ରମିକ ଓ କୃଷକ ସଙ୍ଗଠନ ମାନଙ୍କ ପକ୍ଷରୁ ୧୬ଫେବୃଆରୀରେ ଦିଆଯାଇଥିବା ସାଧାରଣ ଧର୍ମଘଟକୁ ସିପିଆଇ(ଏମ୍‌) ସମର୍ଥନ କରିବ ବୋଲି କେନ୍ଦ୍ରାପଡା ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତିି ନିଆଯାଇଛି । ପାର୍ଟିର ବରିଷ୍ଠ ନେତା କାଳିପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବଦ୍ରିନାରାୟଣ ଦାଶ ତାଙ୍କ ଉଦ୍ଘାଟନୀ ବକ୍ତବ୍ୟରେ ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ ଦେଇଥିଲେ ।ଜିଲ୍ଲା ସମ୍ପାଦକ ଗୟାଧର ଧଳ ଜିଲ୍ଲାର ସମସ୍ୟା ସମ୍ପର୍କରେ ଆଲୋଚନା କରି କହିଲେ ମହାକାଳପଡ଼ାରେ ଆର୍ସେଲର ମିତଲ ଷ୍ଟିଲ ପ୍ଲାଣ୍ଟପ୍ରତିଷ୍ଠା ସମ୍ପର୍କିତ ଜନ ଶୁଣାଣି ଏକ ପାଖିଆ ଓ ତାହା ନିୟମ ବହିର୍ଭୁତ । ଜନ ଶୁଣାଣିରେ ସ୍ଥାନୀୟ ପରିବେଶବିତ, ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇନାହିଁ । ନିର୍ଦିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସାମିଲ କରି କାର୍ଯ୍ୟକ୍ରମ ସମାପନ କରାଯାଇଛି ଓ ଅନ୍ୟମାନଙ୍କୁ ବାରଣ କରାଯାଇଛି । ଜନ ଶୁଣାଣି କେବଳ ପ୍ରଶାସନ ଓ ଜମି ହରାଉଥିବା ଲୋକଙ୍କ ମଧ୍ୟରେ ଆଲୋଚନା ନୁହେଁ । ସେ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାର ଓ କମ୍ପାନୀ ମଧ୍ୟରେ କଣ କଣ ଚୁକ୍ତି ସ୍ୱାକ୍ଷରିତ ହେଇଛି ତାହା ସାର୍ବଜନୀନ ହେବା ଉଚିତ କି ନାହିଁ । ରାଜ୍ୟ ତଥା ଜିଲ୍ଲାବାସୀଙ୍କୁ ଜଣାଇବାର ଆବଶ୍ୟକତା ରହିଛି । ଏସମ୍ପର୍କରେ ଖୁବଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରୋତ୍ତମ ପାର୍ଥସାରଥୀ, ଧୀବର ବେହେରା, ସୋମନାଥ ବିଶ୍ୱାଳ, ଭୀମସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହାବାଦ ଜିଲ୍ଲାରେ ଦଶ ହଜାର ଚାଷୀଙ୍କୁ ସଭ୍ୟଭୁକ୍ତ କରିବାକୁ ନିଷ୍ପତ୍ତିି ନିଆଯାଇଛି ।


Next Post

କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗର ଟପ୍ପର ଶୁଭଶ୍ରୀ ସମ୍ବର୍ଦ୍ଧିତ

Wed Feb 14 , 2024
କେନ୍ଦ୍ରାପଡ଼ା, ୧୩ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ଟପ୍ପର ହୋଇଥିବା ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଦାସଙ୍କୁ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଯୋଗଦେଇ ଛାତ୍ରୀ ସୁଶ୍ରୀ ଦାସଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ […]

KANIKA