କେନ୍ଦ୍ରାପଡା, ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କର ସଂକଳ୍ପ ହେଉଛି ସହରାଞ୍ଚଳର ବିକାଶ । ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦ ଅଧୀନରେ ଥିବା ୱାର୍ଡଗୁଡିକର ଉନ୍ନତିକରଣ କରିବାକୁ ନିଆଯାଉଥିବା ଜନହିତକର କାର୍ଯ୍ୟକ୍ରମଗୁଡିକ ବିଷୟରେ ସଚେତନତା ସୃଷ୍ଟି ପାଇଁ ପୌରପରିଷଦ ପକ୍ଷରୁ ସଚେତନତା ଶିବିର ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ଇଚ୍ଛାପୁରଠାରେ ଆୟୋଜିତ ସଚେତନତା ଶିବିରରେ ପୌରଧ୍ୟକ୍ଷା ସରିତା ସାହୁ, ଉପାଧ୍ୟକ୍ଷା ଆକବରୀ ଖାତୁନ, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଏବଂ ୱାର୍ଡ ନମ୍ବର ୧,୩,୬,୭,୮,୯ର କାଉନସିଲର, କେନ୍ଦ୍ରାପଡ଼ା ବ୍ଲକର ବି.ଏସ.ଏସ.ଓ, ପି.ଏଚ.ଡି.ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଭାବଗ୍ରାହୀ କଳାନିକେତନ କଳାକାରମାନଙ୍କ ଦ୍ଵାରା ପାଲା ମାଧ୍ୟମରେ ପୌରପରିଷଦ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।
kanikanews.in
Next Post
ଡାହାଣୀ ପ୍ରଥା ନିରୋଧ ଆଇନ ସଚେତନତା କାର୍ମଶାଳା : ଗୁଣିଆ ନୁହେଁ ଡାକ୍ତର ପାଖକୁ ଯାଆନ୍ତୁ
Wed Feb 14 , 2024
କେନ୍ଦ୍ରାପଡା, ଓଡ଼ିଶାରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁର୍ଣ୍ଣକାରୀ ପ୍ରଥା। ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ସଦଭାବନା ସଭାଗୃହରେ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ […]

You May Like
- 12 months ago
ବଳଦେବ ସେନା ପକ୍ଷରୁ ଶ୍ରୀବଳଦେବଜୀଉ ମନ୍ଦିର ନିକଟରେ ବିକ୍ଷୋଭ
- 10 months ago
କେନ୍ଦ୍ରାପଡା ସଦର ଥାନା ଆଇଆଇସିଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା
- 8 months ago
ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବ ଅଧିକାର ଦିବସ ପାଳିତ
- 2 years ago
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ