
କେନ୍ଦ୍ରାପଡା, ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କର ସଂକଳ୍ପ ହେଉଛି ସହରାଞ୍ଚଳର ବିକାଶ । ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦ ଅଧୀନରେ ଥିବା ୱାର୍ଡଗୁଡିକର ଉନ୍ନତିକରଣ କରିବାକୁ ନିଆଯାଉଥିବା ଜନହିତକର କାର୍ଯ୍ୟକ୍ରମଗୁଡିକ ବିଷୟରେ ସଚେତନତା ସୃଷ୍ଟି ପାଇଁ ପୌରପରିଷଦ ପକ୍ଷରୁ ସଚେତନତା ଶିବିର ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ଇଚ୍ଛାପୁରଠାରେ ଆୟୋଜିତ ସଚେତନତା ଶିବିରରେ ପୌରଧ୍ୟକ୍ଷା ସରିତା ସାହୁ, ଉପାଧ୍ୟକ୍ଷା ଆକବରୀ ଖାତୁନ, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଏବଂ ୱାର୍ଡ ନମ୍ବର ୧,୩,୬,୭,୮,୯ର କାଉନସିଲର, କେନ୍ଦ୍ରାପଡ଼ା ବ୍ଲକର ବି.ଏସ.ଏସ.ଓ, ପି.ଏଚ.ଡି.ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଭାବଗ୍ରାହୀ କଳାନିକେତନ କଳାକାରମାନଙ୍କ ଦ୍ଵାରା ପାଲା ମାଧ୍ୟମରେ ପୌରପରିଷଦ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।











