ଫେବୃୟାରୀ ୧୬ କୃଷକ-ଶ୍ରମିକ ଦେଶବ୍ୟାପୀ ଧର୍ମଘଟକୁ ପଟ୍ଟମୁଣ୍ଡାଇରେ ସଫଳ ପାଇଁ ପ୍ରସ୍ତୁତି ବୈଠକ



ପଟ୍ଟାମୁଣ୍ଡାଇ/ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୯ବର୍ଷ ମଧ୍ୟରେ ଲଗାତାର ଭାବେ ଶ୍ରମିକ-କୃଷକ ମାରଣ ନୀତି ନେବା ସହିତ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଅର୍ଥ ବିନିଯୋଗ କମାଇବାର ଲାଗିଛି । ଅନ୍ୟ ପକ୍ଷରେ ଦରଦାମ ଆଶାତୀତ ବୃଦ୍ଧି ହେବା ସାଙ୍ଗକୁ ଟିକସ ବୃଦ୍ଧି କରୁଥିଲା ବେଳେ କର୍ପୋରେଟ କ୍ଷେତ୍ରକୁ ଟିକସ କମାଇବା ସହିତ ଋଣ ଛାଡ କରାଯାଇଛି । ବେକାରୀ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ମୋଦୀ ସରକାର ଭୋଟ ଜିତିବା ପାଇଁ ଧର୍ମୀୟ ଧ୍ରୁବିକରଣ କରୁଛି ।ଅନ୍ୟପକ୍ଷରେ ଚାଷୀ ଆତ୍ମହତ୍ୟା ୧ଲକ୍ଷ ୭ଶହ୭୪ରେ ପହଁଚଲାଣି । ମୋଦି ସରକାର ଜନ ବିରୋଧୀ ନିତି ବିରୋଧରେ ସାରାଦେଶର ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରିୟ ଟ୍ରେଡ ୟୁନିୟନ ମିଳିତ ମଂଚ ଓ ସ୍ୱାଧୀନ ଫେଡେରେସନ ସମୂହ ପକ୍ଷରୁ ୧୬ ଫେବୃଆରୀରେ ଦିଆଯାଇଥିବା ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରମିକ ଭବନ ଠାରେ ରବିବାର ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି । ଓଡିଶା କୃଷକ ସଭାର ଜିଲ୍ଲା ସଂପାଦକ ବିଜୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା ଆବାହକ ଗୟାଧର ଧଳ ବୈଠକ ଉଦଘାଟନ କରି ଉଦଘାଟନୀ ବକ୍ତବ୍ୟରେ ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଭାରତ ଶ୍ରମିକ ସଂଘ ସମ୍ପାଦକ ପ୍ରକାଶ ମହାନ୍ତି, ବରିଷ୍ଠ ନେତା ମଳୟ ଦାସ,ନବନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ଆବାହକ ଦାଶରଥି ସାହୁ, ଶିଶିର ଓଝା,ବାବୁଲି ଲେଙ୍କା, ବସନ୍ତ ମଲିକ,ସତୃଘନ ରାଉତ,ସଙ୍ଗୀତା ବାରିକ,ଛଇଳା ସ୍ୱାଇଁ, ଅଭୟ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading