ଶ୍ରୀ ରାଧା ଗୋବିନ୍ଦଜୀୟୁଙ୍କ ବସନ୍ତ ଉତ୍ସବ


କେନ୍ଦ୍ରାପଡ଼ା,୧୫ା୨: କେନ୍ଦ୍ରାପଡା ଜିଲ୍ଲା ପ୍ରସିଦ୍ଧ ଆରାଧ୍ୟ ସହରର ଚାଟରାପାଟଣାସ୍ଥିତ ଶ୍ରୀ ରାଧା ଗୋବିନ୍ଦ ଜୀୟୁ ମନ୍ଦିରର ଶ୍ରୀ ରାଧା ଗୋବିନ୍ଦଙ୍କ ବସନ୍ତ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାଇ ଓଢଣ ଷଷ୍ଠିଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶ୍ରୀଜୀୟୁ ଶୀତ ବସ୍ତ୍ର ଘୋଡିଲାଗି ହୋଇଥାନ୍ତି । ବସନ୍ତ ପଞ୍ଚମିରେ ବସନ୍ତ ଋତୁ ଆଗମନରେ ରାଧା ଗୋବିନ୍ଦ ଜୀୟୁ ତାଙ୍କ ଅଷ୍ଠସଖାମାନଙ୍କ ସହିତ ବସନ୍ତ ମଣ୍ଡପ ଯାଇ ବସନ୍ତ ପବନ ଉପଭୋଗ କରିଥାନ୍ତି । ଏହାକୁ ଆଧାର କରି ଅପରାହ୍ନ ଉଠାଣି ଦୀପ ପରେ ଶ୍ରୀଜୀୟୁ ମନ୍ଦିରରୁ ବସନ୍ତ ବଗିଚା ଯାଇ ସେଠାରେ ଉପବିଷ୍ଠ ହୋଇଥିଲେ । ଏହିଠାରେ ଉଠାଣି ଦୀପ, ସନ୍ଧ୍ୟା ଆଳତୀ, ୩୨ଟି ବତୀରେ ବସନ୍ତ ବଗିଚା ଆଳତୀ ହୋଇଥିଲା ବୋଲି ମଶାଲ ସେବାୟତ ଶ୍ରୀକାନ୍ତ ବାରିକ ସୂଚନା ଦେଇଥିଲେ । ରାତିରେ ମନ୍ଦିରକୁ ଶ୍ରୀ ଜୀୟୁ ପ୍ରବେଶ କରିଥିଲେ । ଏହାପରେ ସେଠାରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।


Next Post

ଅମୃତମଣୋହି ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

Fri Feb 16 , 2024
ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବ୍ଲକର ଅମୃତମଣୋହି ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅମୃତମଣୋହି ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅନୁଦାନରେ ଯୁବବିକାଶ କେନ୍ଦ୍ର, ମିଶନଶକ୍ତି ଗୃହ ନିର୍ମାଣ, ଦେବାଦେବୀ ମନ୍ଦିର ଉନ୍ନତିକରଣ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ସ୍କୁଲ ଗୃହ ଉନ୍ନତିକରଣ ଆଦି […]

KANIKA