ମୋଦି ସରକାରର ଜନ ବିରୋଧୀ ନୀତି ବିରୁଦ୍ଧରେ ସାଧାରଣ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦ


କେନ୍ଦ୍ରର ମୋଦି ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ବିରୁଦ୍ଧରେ ଦେଶର ଅଧିକାଂଶ କୃଷକ,ଶ୍ରମିକ ଓ କର୍ମଚାରୀ ସଂଗଠ ମାନଙ୍କ ପକ୍ଷରୁ ଶୁକ୍ରବାର ସାଧାରଣ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ବାଇପାସ ରେ ଗଣଧାରଣା ସହିତ ରାସ୍ତାରୋକ ସଂଗଠିତ ହୋଇଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ମିଳିତ ମଂଚ,କଳିଙ୍ଗ ଭାରତ ଶ୍ରମିକ ସଂଘ ଓ ସ୍ୱାଧୀନ ଫେଡରେସନ ସମୂହ ପକ୍ଷରୁ ଆହୁତ ଗଣଧାରଣା ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା । କଳିଙ୍ଗ ଭାରତ ଶ୍ରମିକ ସଂଘ ରାଜ୍ୟ ସଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ସଭାପତି ରଶ୍ମିରଞ୍ଜନ ସାମଲ, କୃଷକସଭା ଜିଲ୍ଲା ସଂପାଦକ ବିଜୟ ଦାସ, ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯୋଜକ ଦାଶରଥି ସାହୁ, ଶିଶିର ଓଝା,ଜିଲ୍ଲା କଂଗ୍ରେସ ଓବିସି ସଭାପତି ମଳୟ ଦାଶ, ଯୃବ କଂଗ୍ରେସ ସଭ୍ୟ ସମ୍ରାଟ କେଶରୀ ଜେନା, ସିଆଇଟିୟୁ ଅଶୋକ ନାଥ, ଏଆଇସିସିଟିୟୂ ବାବୁଲି ଲେଙ୍କା, ପ୍ରକାଶ ମଲିକ, ବସନ୍ତ ମଳିକ, ସଂଗିତା ବାରିକ, ସନ୍ତୋଷ ତରାଇ,ଅନୱର ଅଲ୍ଲୀ, ଗଗନ ଜେନା,ସରତ ଦାସ ପ୍ରମୁଖ କେନ୍ଦ୍ର ସରକାରଙ୍କ କୃଷକ-ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ଏଥି ସହିତ ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକ ମାନଙ୍କ ଉପରେ ଚଳାଇଥିବା ବର୍ବର ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ସଙ୍ଗେ ସଙ୍ଗେ ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଂଟି ଆଇନ ପାଇଁ ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର କର୍ପୋରେଟ ବନ୍ଧୁମାନଙ୍କ ସହଯୋଗରେ ଜନ ଆନ୍ଦୋଳନକୁ ଦମନ କରି ଦେଶର ଧର୍ମୀୟ ଧ୍ରୁବିକରଣ ସହିତ ଗଣତନ୍ତ୍ର ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଧୋନ୍ସ କରିବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାଙ୍କୁ ରାଜ୍ୟର ନବୀନ ସରକାର ପୂର୍ଣ ସର୍ମଥନ କରି ଚାଲିଛନ୍ତି । ଏଥିରୁ ବିରତ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ କୃଷକ, ଶ୍ରମିକ ଓ ସାଧାରଣ ଜନତା ତାଙ୍କୁ କ୍ଷମତାଚ୍ୟୁତ କରିବାପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲୋ


Discover more from

Subscribe now to keep reading and get access to the full archive.

Continue reading